Odiapua.com

ଗୋମାତାଙ୍କ ସୁରକ୍ଷା ଓ ବିଶ୍ୱ ରୁ କରୋନା ଦୂର ପାଇଁ ସୁନ୍ଦରକାଣ୍ଡ ପାଠ ଓ ହୋମ

ପୁରୀ,୧୨/୧୦ (ଓଡ଼ିଆ ପୁଅ) ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟ ତରଫରୁ ବିଶ୍ୱରୁ କରୋନା ମହାମାରୀ ଦୂର ହେବା ସହିତ ଗୋମାତାଙ୍କର ସୁରକ୍ଷା ପାଇଁ ସୁଆର ସାହି ଠାରେ ସାମୁହିକ ସୁନ୍ଦରକାଣ୍ଡ ପାଠ ଓ ହୋମ କରାଯାଇଥିଲା। ଯେଉଁଭଳି ଭାବେ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଏହି କରୋନା ମହାମାରୀରେ ଭାଙ୍ଗିଯାଇଛି ତାହା ଖୁବ ଶୀଘ୍ର ପୂର୍ବ ଅବସ୍ଥାକୁ ଫେରିଆସୁ କାମନା କରାଯାଇଥିଲା।ଭାରତ ହିନ୍ଦୁ ରାଷ୍ଟ୍ର ହୋଇଥିବାରୁ ସନାତନ ହିନ୍ଦୁ ଧର୍ମର ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଙ୍କ ଘରେ ଗୋମାତା ରହିବା ନିହାତି ଆବଶ୍ୟକ ତା ହେଲେ ଗୋ ଵଂଶ ବୃଦ୍ଧି ହେବା ସହିତ ଧର୍ମ ରକ୍ଷା ହେବ ବୋଲି ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଉପଦେଶ ଦେଇଥିଲେ। କୋଭିଡ-୧୯ ର ସମସ୍ତ ନିୟମ ପାଳନ କରି ଏହି ପାଠ ଓ ହୋମ କରାଯାଇଥିଲା।

ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟ ଓ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, କାର୍ତ୍ତିକ ପଣ୍ଡା, ବିନାୟକ ମିଶ୍ର, ଦିଲ୍ଲୀପ କୁମାର ମହାନ୍ତି, ହରପ୍ରସାଦ ମହାପାତ୍ର, ମନୋଜ କୁମାର ପଣ୍ଡା, ବିକାଶ କୁମାର ହୋତା, ସର୍ବେଶ୍ୱର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଗଣେଶ୍ୱର ପଣ୍ଡା, ପିତାମ୍ବର ପଣ୍ଡା, ଘନଶ୍ୟାମ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।