Odiapua.com

ଗୋବିନ୍ଦ ଭଟ୍ଟାଚାର୍ଯ୍ୟଙ୍କ ବିୟୋଗରେ ଶୋକସଭା

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ପ୍ରତିଷ୍ଠାତା ସଭାପତି ଅଜୟ ନାୟକଙ୍କ ଆବାହନରେ ତ୍ୟାଗଭୂମି ଭବନରେ ସୁ-ସାହିତ୍ୟିକ, ଗବେଷକ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ସାହିତ୍ୟିକ ଡା. ଦୁର୍ଯ୍ୟୋଧନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଶୋକ ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଡ଼. ମନୀନ୍ଦ୍ର କୁମାର ମହାନ୍ତି, ପ୍ର. ପବିତ୍ର ପାଣିଗ୍ରାହୀ, ପ୍ରଫେସର ରାଜକିଶୋର ସାହୁ ମଂଚାସୀନ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଡ଼. ଅଭୟ କୁମାର ଦାସ, ଅଧ୍ୟାପକ କିଶୋର ପାଣିଗ୍ରାହୀ, ବାବୁଲାଲ ଦାସ, ଗୀତାରାଣୀ ଆଇଚ, ରମେଶ ଦାସ, ରମେଶ ସ୍ୱାଇଁ ପ୍ରମୁଖ ସ୍ମୃତିଚାରଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବି ବୈକୁଣ୍ଠ ବିଶ୍ୱାଳ ତ୍ୟାଗଭୂମିର ବରିଷ୍ଠ ସଦସ୍ୟ ସୁଧାକର ରାଉତ ମଂଚ ପରିଚାଳନା କରିଥିଲେ। ଗୋବିନ୍ଦ ପ୍ରସାଦଙ୍କ ବିୟୋଗ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା।