Odiapua.com

ଗୋପୀନାଥ ଜେନାଙ୍କ ସ୍ମୃତିସଭା ଓ ସ୍ମରଣିକା ଉନ୍ମୋଚନ

ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ର ଶିକ୍ଷକ ନେତା ତଥା ସଂସ୍କୃତି ସମ୍ପର୍ଣ୍ଡ ବ୍ୟକ୍ତିତ୍ୱ ସ୍ୱର୍ଗତ ଗୋପୀନାଥ ଜେନାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ତାଙ୍କର ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଗୋପୀନାଥ ଜେନାଙ୍କ ବ୍ୟକ୍ତିତ୍ୱ, ଶିକ୍ଷକତ୍ୱ, ଛାତ୍ର ବତ୍ସଳତା ଓ ବାଗ୍ମୀତା ଉପରେ ଉପସ୍ଥିତ ଥିବା ବିଶିଷ୍ଟ ଶୁଭେଚ୍ଛୁମାନେ ତାଙ୍କର ଗୁଣଗାନ କରିଥିଲେ। ତାଙ୍କର ଏହି ସ୍ମୁତି ଚାରଣ ସଭାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଅମ୍ଳାନ ବ୍ୟକ୍ତିତ୍ୱ ସଦା ମନେ ରହିବ ବୋଲି କହିଥିଲେ। ଏଥିରେ ଏକ ସ୍ମରଣିକାକୁ ମନ୍ତ୍ରୀ ଡ.ସାହୁ ଉନ୍ମୋଚନ କରିଥିଲେ। ଏହି ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମ୍ବାଦିକ, ଭାଷାକାର ତଥା କବି ରାମକୃଷ୍ଣ ରଥ, ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀଙ୍କ ସମେତ ତାଙ୍କ ସୁଯୋଗ୍ୟତମ ସନ୍ତାନ ସାମାଜସେବୀ ରଂଜନ ରଶ୍ମୀ ଜେନା ଓ ନୟାଗଡ଼ ଏନଏସିର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ବୃକ୍ଷରୋପଣ କରାଯାଇଥିଲା।