Odiapua.com

ଗୋପିନାଥପୁର ଯୁବକ ସଂଘର ରକ୍ତଦାନ ଶିବିର

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଗୋପିନାଥଜୀୟୁ ନୋଡାଲ୍ ଉପ୍ରା ବିଦ୍ୟାଳୟ ପରିସରରେ ଗୋପିନାଥପୁର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଏକାଦଶତମ ଶିବିରରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ୪୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଭଦ୍ରକ ରକ୍ତ ଭଣ୍ଡାରର ଲିଲିମା ସ୍ୱାଇଁ, ରବିନ୍ଦ୍ର କୁମାର ଜେନା, ରତିକାନ୍ତ ବଳ, ବଳରାମ ପୁହାଣ, ମଧୁସ୍ମିତା ମଲ୍ଲିକ୍‌, ପ୍ରକାଶ ବେହେରା ପ୍ରମୁଖ ପରୀକ୍ଷା କରିବା ସହ ରକ୍ତ ସଂଗ୍ରହ କରିଥିଲେ । ଯୁବକ ସଂଘର କର୍ମକର୍ତା ମନୋରଞ୍ଜନ ମହାପାତ୍ର, ସୁବ୍ରତ ଜେନା, କାହ୍ନୁ ଚରଣ ସାହୁ, ମନୋଜ ସେଠୀ, ମାନସ ବେହେରା ସମେତ ପ୍ରଶାନ୍ତ ମହାପାତ୍ର, ସନାତନ ସେଠୀ, ଜଗନ ବେହେରା, ରାଜେଶ ପଣ୍ଡା, ପ୍ରଶାନ୍ତ ସାହୁ, ଲକ୍ଷ୍ମଣ ବେହେରା, ନରେନ୍ଦ୍ର ସେଠୀ, ଭରତ ବେହେରା, ପରେଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଯୁବକ ସଂଘର ରକ୍ତଦାନ ଶିବିର ପରି ମହତ୍ୱ କାର୍ଯ୍ୟକୁ ଅଚଂଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।