Odiapua.com

ଗୋପିନାଥପୁର ପଂଚାୟତରେ ମନରେଗାରେ ହୋଇଥିବା ଦୁର୍ନୀତି ବିଷୟରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ବାଚନ କମିଶନରଙ୍କ ଭଦ୍ରକ ଜିଲ୍ଲପାଳଙ୍କୁ ଚିଠି

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଗୋପିନାଥପୁର ପଂଚାୟତରେ ୨୦୨୧-୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ନାବାଳକ ଓ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରକଳ୍ପରେ ଶ୍ରମିକ ଦର୍ଶାଇ ମନରେଗା ଯୋଜନାରେ ସରକାରୀ ଅର୍ଥ ଆତ୍ମସାତ କରାଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।ଖବର ମୁତାବକ ନାବାଳକ ଏବଂ ନାବାଳିକା ମାନଙ୍କ ନାମରେ ମିଥ୍ୟା ଓ ଜାଲ ଆଧାରକାର୍ଡ ପ୍ରସ୍ତୁତ କରାଇ ଯାହା ସତ୍ୟ ନୁହେଁ ତାହାକୁ ସତ୍ୟ ବୋଲି ଦର୍ଶାଇ ସେମାନଙ୍କ ବୟସ ବଢାଇ ଜବକାର୍ଡ ପ୍ରଦାନ କରିଥିଲେ । ନାବାଳକ ଏବଂ ନାବାଳିକା ମାନଙ୍କୁ ବିଭିନ୍ନ ଉନୟନ ମୂଳକ ପ୍ରକଳ୍ପରେ କାର୍ଯ୍ୟ କରିଥିବା ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ମନରେଗା ଅର୍ଥ ପ୍ରଦାନ କରିଥିଲେ । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ସଂପୃକ୍ତ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ଶଚିବ, ରାଜ୍ୟ ନିର୍ବାଚନ କମିଶନର ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ରାଜ୍ୟ ନିର୍ବାଚନ କମିଶନର ଏହି ଲିଖିତ ଅଭିଯୋଗ ପାଇବାପରେ ଚଳିତ ମାସ ୪ତାରିଖରେ ନିଜର ପତ୍ର ସଂଖ୍ୟା ଇସି-ଆରଟିଆି-ମିସ ୦୦୦୨-୨୦୨୪-୨୨୭୫ ମୂଳେ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅବଗତ କରାଇଛନ୍ତି । ଏହି ବେଆଇନ କାର୍ଯ୍ୟରେ ଗୋପିନାଥପୁର ପଂଚାୟତର ସଂପୃକ୍ତ ଜିଆରଏସ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ପୂର୍ବତନ ସରପଂଚ ଏବଂ ବର୍ତମାନର ସରପଂଚ ଲିପ୍ତ ଅଛନ୍ତି ବୋଲି ଅଭିଯୋଗକାରୀ ମାନେ ଦର୍ଶାଇଥିବା ବେଳେ ସଂପୃକ୍ତ ଦୋଷୀମାନେ ନିଜ ପଦ କ୍ଷମତାର ଅପବ୍ୟବହାର କରି ଏହି ସମସ୍ତ କାର୍ଯ୍ୟ କରିଥିବା ବେଳେ ତୁରନ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଆବେଦନକାରୀ ମାନେ ଲିଖିତ ଅଭିଯୋଗ କରିଥିଲେ ଏଥିସହ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।