ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଗରପଡ଼ା ୧୪ ନମ୍ବର ଜୋନ ଅଧିନ ଗୋପିନାଥପୁର ଠାରେ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସରପଂଚ ସବିତା ରାଣୀ ନାୟକ,ପୂର୍ବତନ ସରପଂଚ ପ୍ରଦିପ୍ତ ନାୟକ,ଯୁବନେତା ମହେଶ୍ୱର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଜୋନ କଂଗ୍ରେସର ସଭାପତି ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ବରିଷ୍ଠ କର୍ମୀ କାର୍ତିକ ଜେନା,ଭରତ ବେହେରା,ପ୍ରକାଶ ମହାକୁଡ,ବାଙ୍କ ବିହାରୀ ଜେନା,ଶଶୀକାନ୍ତ ଘୋଷ,ପ୍ରମୋଦ ପୁହାଣ ପ୍ରମୁଖ ଉପସ୍ଥିତ ରହି ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୱାର୍ଡ ସ୍ଥରରେ ସଂଗଠନକୁ ମଜବୁତ କରିବା ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ପଂଚାୟତ କମିଟିରେ ଶତ୍ରୃଘ୍ନ ଧଡା,ରାଜେନ୍ଦ୍ର ବେହେରା,ଗୟାଧର ପତି,ଅଭିମନ୍ୟୁ ସାହୁ,ରବିନାରାୟଣ ବେହେରା,ଅଶ୍ୱିନୀ କୁମାର ସାହୁ,ହୃଦାନନ୍ଦ ଦାସ,ଲକ୍ଷ୍ମୀଧର ଦାସ,କୈଳାସ ସେଠୀ,ସ୍ମୃତି ରଞ୍ଜନ ଜେନା ପ୍ରମୁଖଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଯୋଗ ଦେଇଥିଲେ।