Odiapua.com

ଗୋପାଳପ୍ରସାଦ ପଂଚାୟତକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଂଚ

ତାଳଚେର,୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କୋରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ତାଳଚେର ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଇତିମଧ୍ୟରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତସ୍ଥିତ ଏକ ରାଷ୍ଟ୍ରାୟତ ଉଦ୍ୟୋଗର ଜଣେ କର୍ମଚାରୀଙ୍କଠାରେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତଥା ରୋଡ୍‌ସେଲ୍ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଟ୍ରକ ଯୋଗେ କୋଇଲା ପରିବହନ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ସ୍ଥାନୀୟ ସରପଂଚ ପୁଷ୍ପାଞ୍ଜଳୀ ଜ୍ୟୋତିଷ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗୋପାଳପ୍ରସାଦ ପଂଚାୟତକୁ ଅଗଷ୍ଟ ମାସ ୩ ତାରିଖ ସୋମବାର ଦିନ ୯ଟା ଠାରୁ ଅଗଷ୍ଟ ୯ ତାରିଖ ସନ୍ଧ୍ୟା ୧୦ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ସରକାରଙ୍କ କୋଭିଡ୍‌-୧୯ ନିୟମାନୁସାରେ ଜନସାଧାରଣ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହରକୁ ନ ବାହାରିବା ପାଇଁ ପଂଚାୟତ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ସାପ୍ତାହିକ ହାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ବ୍ୟତୀତ ପଂଚାୟତସ୍ଥିତ ରାଷ୍ଟ୍ରାୟତ ଉଦ୍ୟୋଗର ଶତକଡା ୩୦ ଭାଗ କର୍ମଚାରୀ କାର୍ଯ୍ୟ କରିବା ସହ ରୋଡସେଲ୍ ମାଧ୍ୟମରେ କୋଇଲା ପରିବହନକୁ ସଂପୂର୍ଣ୍ଣ ଭାବରେ ବନ୍ଦ ରଖିବାକୁ ପଂଚାୟତ ପକ୍ଷରୁ ନୋଟିସ ଜାରି କରାଯାଇଛି । କୋଭିଡ୍‌-୧୯ର ନିୟମ ଉଲଂଘନ କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଂଚ ଶ୍ରୀମତୀ ଜ୍ୟୋତିଷ ନୋଟିସ୍ ଜାରି କରିଛନ୍ତି ।