Odiapua.com

ଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ୍ ଗୋପାଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ମହାପାତ୍ରଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆଂଚଳିକ ସାଧନକେନ୍ଦ୍ରର ସଂଯୋଜକ ତପନ ସାହୁ, ମୁଖ୍ୟବକ୍ତା ରୂପେ ଭଦ୍ରକ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସଭାପତି ପ୍ରଦୀପ ଦାଶ ଓ ସମ୍ମାନିତ ଅତିଥି ରୂପେ ଭାରତୀ ବେହେରା ଯୋଗ ଦେଇଥିଲେ।ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପୃଷ୍ଟି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। କେବଳ ପୁସ୍ତକଗତ ବିଦ୍ୟା ନୁହେଁ ବରଂ ପ୍ରକୃତି,ପରିବେଶରୁ ଜ୍ଞାନ ଆହରଣ କରି ଶୃଙ୍ଖଳିତ ଓ ସଂଯମ ଜୀବନଯାପନ କରି ଆଦର୍ଶବାନ୍ ବିଦ୍ୟାର୍ଥୀ ହେବା ପାଇଁ ଅତିଥି ମାନେ ପିଲାମାନଙ୍କ ଉଦ୍ଦେଶ୍ୟରେ ଉପଦେଶ ପ୍ରଦାନ କରିଥିଲେ।ବାର୍ଷିକ କ୍ରୀଡାରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ତତ୍ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ,ସଂଗୀତ ଓ ଅଭିନୟ ଆଦି ପରିବେଷଣ କରାଗଲା। ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବୃନ୍ଦ ସହଯୋଗ କରିଥିଲେ। ସର୍ବଶେଷରେ ଶିକ୍ଷୟିତ୍ରୀ ମୋନାଲିସା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।