Odiapua.com

ଗୋପାଳପୁରରେ ଛାତ୍ରୀ ଗଣଦୁଷ୍କର୍ମ ଓ ମହିଳା ନିର୍ଯାତନା ପ୍ରସଙ୍ଗ, ଧାମନଗରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଉଥିବା ବେଳେ ବିଜେପି ସରକାର ସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି। ଯାହାକୁ ନେଇ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବୁଧବାର ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ଲାଗି ଡାକରା ଦେଇଥିବା ବେଳେ। ଏହି ଅବସର ରେ ବୁଧବାର ଦିନ ୧୦ ବେଳେ ଧାମନଗର ମହାବିଦ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ କରାଯାଇଥିଲା। ଏହି ଅବସର ରେ ଶତାଧିକ ଛାତ୍ର ଛାତ୍ରୀ ଫ୍ଲାଗ କାର୍ଡ ଧରି ପ୍ରତିବାଦ କରିବା ସହ ଦୂଷ୍କର୍ମ ରେ ଶିକାର ହୋଇ ଥିବା ଛାତ୍ରୀ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଥିଲା। ବିଜେପି ସରକାର ଓଡ଼ିଶା ରେ କ୍ଷମତାକୁ ଆସିବା ପରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳ ରେ ଜଣେ ଛାତ୍ରି କୁ ଗଣଦୁଷ୍କର୍ମ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଏକ ଦୁଖଦ ଘଟଣା ଘଟିଥିଲା। ରାଜ୍ୟ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ମଧ୍ୟ ପ୍ରତିବାଦ କରିଥିଲେ ।ପରେ ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ କୁଶ ପୁତଳିକା ଦାହ କରା ଯାଇଥିଲା। ଏହି ଅବସର ରେ ଧାମନଗର ବ୍ଲକ ସହିଦନଗର ସ୍ଥିତ ସହିଦ ସ୍ମୃତି ମହାବିଦ୍ୟାଳୟ ସମ୍ମୁଖରେ ମଧ୍ୟ ପ୍ରତିବାଦ ଓ ବିକ୍ଷୋଭ କରା ଯାଇଥିଲା। ଆଇନିଶୃଙ୍ଖଳା ପରିସ୍ଥିତି ପାଇଁ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ।ଉପରୋକ୍ତ କାର୍ଯ୍ୟକ୍ରମ କୁ ଧାମନଗର ବ୍ଲକ ବିଜୁ ଯୁବଜନତା ଦଳ ସଭାପତି ଭାରତ ବିଜୟ ଦଳାଇ ଓ ବ୍ଲକ ବିଜୁ ଛାତ୍ର ସଭାପତି ପ୍ରକାଶ ବେହେରା ପରିଚାଳନା କରିଥିଲେ ।