ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ପୁରୁଣାବଜାରସ୍ଥିତ ମହାବୀର ପଡିଆରେ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୋପାଳକୃଷ୍ଣ ମହାପାତ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍ରେ ନେତାଜୀ କ୍ଲବ୍ ରାଜକନିକା ଚମ୍ପିୟାନ ହୋଇଛି । ୩ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ରେ ନେତାଜୀ କ୍ଲବ୍ ବନାମ ବିର୍ସିା ମୁଣ୍ଡା କ୍ଲବ୍ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା । ପେନାଲଟିରେ ନେତାଜୀ କ୍ଲବ୍ ୬-୦ ରେ ବିର୍ସାମୁଣ୍ଡା କ୍ଲବ୍କୁ ପରାସ୍ତ କରି ବିଜୟୀ ମୁକୁଟ ପିନ୍ଧିଥିଲା । ଏହି ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ମୁଖ୍ୟଅତିଥି ଭାବେ ଟୋକିଓ ପାରା ଅଲମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ଯୋଗଦେଇଥିଲେ । ଫୁଟବଲ୍ ପ୍ରଶିକ୍ଷକ ସିନି ମହାନ୍ତି, ସମାଜସେବୀ ମହମ୍ମଦ ଫାରୁକ୍, ବୁଦ୍ଧିଜୀବୀ ସିଦ୍ଧେଶ୍ୱର ସାହୁ, ମୁସଲିମ୍ ଜମାତର ଅବଦୁଲ ମୁକିତ୍ ଓ ଅନୱର ଅଲ୍ଲୀ ଖାଁ, ରୋଭର୍ସ କ୍ଲବ୍ ସଂପାଦକ ହରିହର ନନ୍ଦିଙ୍କ ସମେତ ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନର ଆବାହକ ସାଇପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହ ବିଜୟ ଓ ପରାସ୍ତ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ ।