Odiapua.com

ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନ ଓ ଭଦ୍ରକ ରୋଟାରୀ କ୍ଲବ୍ ମିଳିତ ସହଯୋଗରେ କ୍ୟାନ୍ସର ସଚେତନତା ଶିବିର

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଗୋପାଳକୃଷ୍ଣ ମହାପାତ୍ର ଫାଉଣ୍ଡେସନ ଓ ଭଦ୍ରକ ରୋଟାରୀ କ୍ଲବ୍‌ର ମିଳିତ ସହଯୋଗରେ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ୍ ଏରେଇଁ ପଞ୍ଚାୟତ ନିକଟ କଲ୍ୟାଣ ମଣ୍ଡପ ପରିସରରେ କେବଳ ମହିଳାମାନଙ୍କ ପାଇଁ କର୍କଟ ରୋଗର ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଳା । ଏହି ଶିବିରରେ ପ୍ରତିଷ୍ଠିତ କର୍କଟ ରୋଗ ବିଶେଷଜ୍ଞ ଆଚାର୍ଯ୍ୟ ହରିହର ଆଞ୍ଚଳିକ କେନ୍ଦ୍ରର ଡ. ସୁବ୍ରତ ସାମନ୍ତରା ଓ ଇଏଆଇ ହସ୍‌ପିଟାଲ ଭୁବନେଶ୍ୱରର ଡା ତନୁଶ୍ରୀ ମିଶ୍ର ଗଳା, ମୁଖ, ସ୍ତନ ଓ ଜରାୟୁ କର୍କଟ ରୋଗ ଉପରେ ସଚେତନତା ସୃଷ୍ଟି କରି ପରୀକ୍ଷଣ କରାଇଥିଲେ । ଶିବିରରେ ଏସଏଚ୍‌ଜି ମହିଳା ସମେତ ଆଶା କର୍ମୀ ଓ କଲେଜ-ସ୍କୁଲ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଚେତନ ବାର୍ତ୍ତା ନେଇଥିଲେ । ଏଥିସହ ମହିଳାମାନଙ୍କୁ ଭିଟାମିନ୍‌, କ୍ୟାଲସିୟମ୍ ଓ ଗ୍ୟାସ୍ ଔଷଧ ବିତରଣ କରାଯାଇଥିଲା । ଫାଉଣ୍ଡେସନର ଆବାହକ ସାଇ ପ୍ରସାଦ ମହାପାତ୍ର, ରୋଟାରୀ କ୍ଲବ୍‌ର ଜିଲା ସଭାପତି ପ୍ରଣବ କୁମାର ସାହୁ, ସଂପାଦକ ଇନ୍ଦ୍ରଜିତ ସାହୁ, ରୋଜାଲିନ୍ ଗ୍ରେସ୍‌, ସ୍ଥାନୀୟ ସରପଞ୍ଚ ଉର୍ମିଳା ଜେନା, ମହିଳା ନେତ୍ରୀ ରାଜଶ୍ରୀ ଶତପଥୀ ସଭାରେ ଉପସ୍ଥିତ ରହି କର୍କଟ ରୋଗ ସ୍ୱାସ୍ଥ୍ୟସେବା ଶିବିରଟିକୁ ସଫଳ କରାଇଥିଲେ ।