Odiapua.com

ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିରରେ ୪୭ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ଥିବା ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଅଂଚଳର ସମାଜସେବୀ ସୁଶୀଲ ପରିଡା ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିବା ସହ ଅଂଚଳରେ ସମସ୍ତ ଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ ଦେବା ସହ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ଏହି ରକ୍ତଦାନ ଶିବିରରେ ବହୁ ଯୁବକ ରକ୍ତଦାନ କରି ବହୁ ରୋଗୀଙ୍କୁ ବଂଚାଇବାରେ ସଫଳ ହେଉଥିବା କଥା ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ ୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସଂଘର ସଂପାଦକ ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜଣାଇଥିଲେ । ଆଜିର ଏହି ଶିବିରରେ ସଂଘର ସଭାପତି ମାନିକଲାଲ ଦାସ, ମାନସ ପରିଡା, ଭାଗିରଥି ସୂତାର, ପ୍ରଭାଂଶୁ ଦାସ, ଜଗନ୍ନାଥ ମାଇତି, ଜଗବନ୍ଧୁ ମାନ୍ନା, ବିଜୟ ଦାସ,ନାରାୟଣ ପରିଡା, କେଶବ ପରିଡା, ସୁବ୍ରତ ମାଇତି, ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଭଦ୍ରକ ରେଡକ୍ରର ଡା.ଖୁଂଟିଆଏବଂ ତାଙ୍କ ଷ୍ଟାଫଙ୍କ ଉପସ୍ଥିତିରେ ଏହି ରକ୍ତ ସଂଗୃହିତ ହୋଇଥିଲା ।