Odiapua.com

ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧତ୍ସୋବ ପାଳନ ଅବସରରେ ସହାୟତା ପ୍ରଦାନ

ତାଳଚେର, ୨୯/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ୯୪ତମ ଶ୍ରାଦ୍ଧତ୍ସୋବ କଳମଛୁଇଁ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆଜି ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଗୌରଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଚକ୍ରଧର ପ୍ରଧାନ ଓ ପଣ୍ଡିତ ଟଙ୍କଧର ଶତପଥୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସର୍ବଧର୍ମ ପ୍ରାଥନା କରାଯିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତେନ୍ତୁଳିହତା ଗ୍ରାମର ଶରତ ଚନ୍ଦ୍ର ନାଏକଙ୍କ ଜ୍ୱାଇଁ ଝିଅ ମୃତ୍ୟୁବରଣ କରିଥିବା ବେଳେ ୩ ବର୍ଷର ନାତି ରିଶୁ ଯାହାର ଜନ୍ମରୁ ଗୋଡ ଦୁଇଟି ଲାଗି ରହିଥିବାରୁ ତାହାର ଅସ୍ତ୍ରୋପ୍ରଚାର ପାଇଁ ଅନୁଷ୍ଠାନ ପକ୍ଷରୁ ୫ ହଜାର ଟଙ୍କାର ଚେକ ସହିତ ଶାଢୀ, ଲୁଙ୍ଗି, ଗାମୁଛା ଓ ଛୋଟ ଶିଶୁଟି ପାଇଁ ଡ୍ରେସ ଆଦି ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ଅନୁଷ୍ଠାନ ସମସ୍ତ ସଦସ୍ୟଗଣ ଉପସ୍ଥିତ ଥିଲେ।