ତାଳଚେର, ୨୯/୬(ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେର ଉପଖଣ୍ଡ ଅନ୍ତର୍ଗତ ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି.କଣିହାଁ ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୯୪ତମ ପୂଣ୍ୟତିଥି ସମିତି ପରିସରରେ ଆଜି ପାଳିତ ହୋଇଯାଇଛି। ସମିତିର ସଭାପତି ଓ ସମ୍ପାଦକ ଯଥାକ୍ରମେ ସୁଧାକର ପ୍ରଧାନ ଓ କାଳନ୍ଦୀ ଚରଣ ପ୍ରଧାନ ଗୋପବନ୍ଧୁଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟର ସଭାପତି ନୃସିଂହ ଚରଣ ବରାଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଗୋପବନ୍ଧୁଙ୍କ ୯୪ତମ ପୂଣ୍ୟତିଥି ପାଳିତ
