Odiapua.com

ଗୋଟିଏ ପଦବୀ ପାଇଁ ଦୁଇ ଅଧିକାରୀ

କୋରାପୁଟ,୦୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜ୍ଞା ହଁ, ଗୋଟିଏ ପଦବୀ ପାଇଁ ଦୁଇ ଅଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରରେ । ଆଜି ରାସ୍ତା ଓ ଗୃହନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଡ୍ରାମା ଦେଖିବାକୁ ମିଳିଛି।

ତେବେ ସୂଚନା ଅନୁସାରେ, ମାର୍ଚ୍ଚ ୧୦ ତାରିଖରୁ ପରୀକ୍ଷିତ ଦାସ ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଜୁଲାଇ ୨୯ ତାରିଖରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପ୍ରମୋସନ ପାଇ ଆସିଛନ୍ତି। ମାତ୍ର ଏହାକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ପରୀକ୍ଷିତ ଦାସ ଛୁଟିରେ ଥିବା ସମୟରେ ଅରୁଣ ସାହୁ ଆସି ଅନଧିକାର ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ପରୀକ୍ଷିତ ଦାସ ଅଭିଯୋଗ କରିଛନ୍ତି।

ସେପଟେ ସେ ସରକାରଙ୍କ ନିର୍ଦ୍ଦେଶରେ ଆସି କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି ଅରୁଣ ସାହୁ। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଛି ।