Odiapua.com

ଗୋଟିଏ ଦିନରେ ୩୮ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତ ଙ୍କ ସଂଖ୍ୟା ୪୬୩ କୁ ବୃଦ୍ଧି।

ବଲାଙ୍ଗୀର, ୦୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କ୍ରମାଗତ ଭାବେ ଦିନକୁ ଦିନ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଲାଗିଛି। ଶନିବାର ଜିଲ୍ଲାରେ ପୁଣି ନୂଆ ୩୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨୯୮ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୧୬୫ଜଣ ସକ୍ରିୟ ଅଛନ୍ତି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୬୦୨ଜଣଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାର ୩୮ ଜଣ ପଜିଟିଭି ଥିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି।