Odiapua.com

ଗୋଟିଏ ଦିନରେ ଜିଲ୍ଲାରେ ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ପରାମର୍ଶ

ମାଲକାନଗିରି, ୧୬ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଲଗାତାର ଭାବ ବଢିଚାଲିଛି। ଆଜି ଗୋଟିଏ ଦିନରେ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟହୋଇ ଥିବା ୨୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କୋରକୋଣ୍ଡା ବ୍ଲକ ସଙ୍ଗରୋଧର କେନ୍ଦ୍ରର ୧୯ଜଣ ଏମାନଙ୍କ ମଧ୍ୟରୁ ୧୩ଜଣ ତାମିଲନାଡୁ ଫେରନ୍ତା, ୩ଜଣ କଣ୍ଣ ର୍ାଟକ, ୨ଜଣ ଆନ୍ଦପ୍ରଦେଶ ଓ ଜଣେ ଛତିଶଗଡ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ଅନ୍ୟ ୨ଜଣ ମାଲକାନଗିରି ବ୍ଲକ ସଙ୍ଗରୋଧ କେନ୍ଦ୍ରର, ଜଣେ ତାମିଲନାଡୁ ଓ ଅନ୍ୟଜଣେ ଦିଲ୍ଲୀ ଫେରନ୍ତା ପ୍ରବାସୀ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଁଚିଲାଣି। ଆଜି ଗୋଟିଏ ଦିନରେ ଜିଲ୍ଲାରୁ ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ କୋରାକୁଣ୍ଡା, ମାଲକାନଗିରି ବ୍ଲକ ର କ୍ୱାରେଟାଂଇନ କେନ୍ଦ୍ର ଗୁଡିକୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ଓ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରବା ପାଇଁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ୪୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୨୬ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମଣ ମାନଙ୍କ ଟ୍ରାଭେଲ ରିପୋର୍ଟ ଜଣାପଡିଯାଇଛି, ଚିହ୍ନଟ ଆକ୍ରାନ୍ତ ମାନେ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି। କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି।