Odiapua.com

ଗୋଟିଏ ଦିନରେ କେରଳରେ ଦୁଇଟି ବଡ଼ ଦୁର୍ଘଟଣା : ୩୦ ରୁ ଅଧିକ ମୃତ

ନୂଆ ଦିଲ୍ଲୀ ଅଗଷ୍ଟ ୮ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ବିଶେଷ କରି କେରଳ ପାଇଁ ଦୁଃଖଦ ଖବର ନେଇ ଆସିଲା ବର୍ଷା। ସକାଳେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନରେ ୧୫ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଲୋକ ଏବେ ବି ଫଶି ରହିଥିବାର ଭୟ ଥିବା ଥିବା ବେଳେ ସନ୍ଧ୍ୟାରେ ବିମାନ ଦୁର୍ଘଟଣା ଆଉ ଏକ ଦୁଃଖଦ ଖବର ନେଇ ଆସିଲା ରାଜ୍ୟପାଇଁ।

ଶୁକ୍ରବାର ସକାଳେ କେରଳର ଏହି ରାଜାମାଲାର ଜିଲ୍ଲାର ପେଟିମୁଦି ଠାରେ ଚା ଇଷ୍ଟେଟ୍ କର୍ମଚାରୀ ଭୂସ୍ଖଳନରେ ମାଟି ଧଶି ଦବିଯିବା କାରଣରୁ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସନ୍ଧ୍ୟାରେ କେରଳର କୋଝିକୋଡେ (କାଲିକଟ) ଆନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଖସି ପଡ଼ିଲା। ଏହି ବିମାନ ୧୯୦ ଯାତ୍ରୀଙ୍କୁ ନେଇ ଆସୁଥିଲା ଏବଂ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୁଇଖଣ୍ଡ ହୋଇଗଲା। ପୂର୍ବତନ ଭାରତୀୟ ବାୟୁସେନା (ଆଇଏଏଫ) ଟେଷ୍ଟ ପାଇଲଟ କ୍ୟାପଟେନ ଡିଭି ସାଥେ ଏବଂ ତାଙ୍କ ସହ-ପାଇଲଟଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆହତମାନେ କାଲିକଟ୍ ର ଏମଏମଏସ ହସ୍ପିଟାଲ ଏବଂ ବେବି ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ବିମାନଟି ଭାରତର “ବନ୍ଦେ ଭାରତ” ଅଭିଯାନର ଏକ ଅଂଶ ଥିଲା ଯାହା ବିଦେଶରୁ ପ୍ରବାସୀଙ୍କୁ ଦେଶକୁ ଫେରାଇ ଆଣିଥିଲା।