Odiapua.com

ଗୋଟିଏ ଜୁଇରେ ସ୍ୱାମୀ ଓ ସ୍ତ୍ର. ୧୦ ବର୍ଷ ପୁଅ କଲା ଶେଷକୃତ୍ୟ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ବାୟଙ୍ଗଡିହ ଗ୍ରାମର ବିମଳ ଯେନା ଓ ପତ୍ନୀ ଆରତୀ ଯେନା ଙ୍କ ଶନିବାର ମୃତ୍ୟୁ ହୋଇଛି। ଉଭୟ ଦମ୍ପତିଙ୍କ ମୃତ୍ୟୁ ରେ ଏକ ମାତ୍ର ୧୦ ବର୍ଷର ପୁଅ ଶେଷକୃତ୍ୟ ସମ୍ପର୍ନ୍ନ କରିଛି।ଦୀର୍ଘ ଦିନ ହେବ ଆରତୀ ଯେନା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ଆରତୀ ଙ୍କ ମୃତ୍ୟୁ ହୋଇଥିଲା। ନିଜ ସ୍ତ୍ରୀ ମୃତ୍ୟୁ ଘଟଣା ଦେଖି ସ୍ୱାମୀ ବିମଳ ର ମୃତ୍ୟୁ ହୋଇଥିଲା। ପରିବାର କହିଲେ ଏକମାତ୍ର ୧୦ ବର୍ଷର ପୁଅ। ବାପା ମା ଙ୍କ ର ଶେଷକୃତ୍ୟ ସଂପନ୍ନ କରିଛି। ଏଭଳି ଘଟଣାକୁ ନେଇ ପୁରା ଧାମନଗର ଅଂଚଳରେ ଶୋକ ର ଛାୟା ଖେଳିଯାଇଛି।