ନୂଆ ଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରା ନାମକ ସ୍ଥାନରେ ଗୋଟିଏ ଘରୁ ପାଞ୍ଚଜଣ ଲୋକଙ୍କର ମୃତ ଦେହ ମିଳିଛି। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି କୁହାଯାଉଛି। ଘଟଣାର ସୂଚନା ମିଳିଲାକ୍ଷଣି ପୋଲିସ ଶବଗୁଡ଼ିକୁ ତୁରନ୍ତ ପୋଷ୍ଟମାର୍ଟମ ପାଇଁ ପଠାଇ ଦେଇଥିଲା। ପୋଲିସକୁ ଏହି ଘଟଣାର ସୂଚନା ପଡ଼ୋଶୀ ଦେଇଥିଲେ। ପଡ଼ୋଶୀମାନଙ୍କୁ ପ୍ରବଳ ଦୁର୍ଗନ୍ଧ ଆସିବାରୁ ସେମାନେ ପୋଲିସ୍ କୁ ଏହି ଖବର ଦେଇଥିଲେ।
ପାଞ୍ଚ ଜଣଙ୍କର ଶବ ସଢ଼ି ଯାଇଥିବା ଅବସ୍ଥାରେ ମିଳିଥିଲା। ଏଥିରେ ୨ଜଣ ମହିଳାଙ୍କର ଶବ ମଧ୍ୟ ଅଛି। ପୋଲିସ ଘଟଣାସ୍ଥଳରେ ପହଁଚି ଯାଞ୍ଚ କରୁଛି। ଆଶଙ୍କା କରାଯାଉଛି ପାଞ୍ଚଜଣଙ୍କୁ ହତ୍ୟା କରାଯାଇଛି। ପୋଲିସ ଅନୁସାରେ, ଏହି ପରିବାର କିଛି ସମୟ ପୂର୍ବରୁ ଏହି ଘରକୁ ଭଡ଼ାରେ ରହିବାପାଇଁ ପାଇଁ ଆସିଥିଲା। ଗତ କିଛି ଦିନଧରି ପତି-ପତ୍ନୀ ଏବଂ ତିନିଜଣ ସନ୍ତାନ ଏଠାରେ ରହୁଥିଲେ। ଏହି ଘରେ ଶଂଭୁନାଥ (୪୩), ତାଙ୍କର ପତ୍ନୀ ସୁନୀତା (୩୮), ଝିଅ କବିତା (୧୬), ପୁଅ ସଚିନ (୧୪) ଏବଂ ଛୋଟ ପୁଅ ସାଥିରେ ରହୁଥିଲେ। ପୋଲିସ କହିଛି କି ଘରର ତାଲା ବାହରୁ ବନ୍ଦ ହୋଇଥିଲା। ଘରୁ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେ, ଏହାପରେ ପୋଲିସ ତାଲା ଭାଙ୍ଗିକରି ଭିତରେ ପଶିଥିଲା।
ସୂଚନାଯୋଗ୍ୟଯେ, ଏହିପରି ଭାବରେ ଏକ ଘଟଣା ଦିଲ୍ଲୀରେ ପୂର୍ବରୁ ମଧ୍ୟ ହୋଇସାରିଥିଲା। ଦୁଇ ବର୍ଷ ପୂର୍ବରୁ ଦିଲ୍ଲୀର ବୁରାଡ଼ୀ ନାମକ ସ୍ଥାନରେ ଦୁଇ ଭାଇଙ୍କର ପରିବାରର ୧୧ ସଦସ୍ୟଙ୍କର ଶବ ଘରେ ଲଟକି ରହିଥିବା ମିଳିଥିଲା। ମୃତକଙ୍କ ମଧ୍ୟରେ ସାତଜଣ ମହିଳା ଏବଂ ଚାରିଜଣ ପୁରୁଷ ସାମିଲ ଥିଲେ। ୧୧ ଜଣ ଲୋକମାନଙ୍କର ପରିବାରରେ ଦୁଇ ଭାଇ, ତାଙ୍କ ପତ୍ନୀ, ଦୁଇ ପୁଅ, ଜଣେ ବୃଦ୍ଧ ମା’ ଏବଂ ଭଉଣୀ ସାମିଲ ଥିଲେ। ରିପୋର୍ଟ୍ସ ମୁତାବକ ଦଶଜଣଙ୍କର ଶବ ଲଟକିଥିବା ଅବସ୍ଥାରେ ମିଳିଥିଲା କିନ୍ତୁ ବୃଦ୍ଧ ମା’ ଙ୍କର ଶବ ଭୂମିରେ ପଡ଼ିଥିବା ଅବସ୍ତାରେ ମିଳିଥିଲା।
ମୃତକଙ୍କର ପରିବାରର ପଡ଼ୋଶୀ କହିଥିଲେ କି ଏହା ଆତ୍ମହତ୍ୟା ନୁହେଁ, ଏହା ପଛରେ କୌଣସି ଷଡ଼ଯନ୍ତ୍ର ହୋଇପାରେ।