Odiapua.com

ଗୋଚର ଜମିରେ ପଂଚାୟତ ଭବନ ନିର୍ମାଣ ନେଇ ଅସନ୍ତୋଷ

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ ଦିନକୁ ଦିନ ଗୋଚର ଜମି ମାନଙ୍କରେ ବେଆଇନ୍ ଅଟାଳିକା ଓ ଘର ତିଆରି କରି କିଣା ବିକ୍ରି ହେଉଛି । ଆଉକିଛିଦିନ ପରେ ଧାମନଗର ଅଂଚଳରେ ଜମି ମାଫିଆଙ୍କ କବଳରେ ଗୋଚର ଓ ଅନାବାଦି ଜମି ରହିବ ବୋଲି କେତେକ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଏପରିଏକ ଘଟଣା ଘଟିଛି ଧାମନଗର ବ୍ଲକ ବୟାଂଡ଼ିହ ପଂଚାୟତର । ଏହି ପଂଚାୟତର ବୟାଂଡ଼ିହ ସ୍କୁଲ ନିକଟରେ ଏକ ଗୋଚର ଜମିରେ କିଛିବର୍ଷତଳେ ପ୍ରଥମେ ଏକ କଲ୍ୟାଣମଣ୍ଡପ ନିର୍ମାଣ ହେବାର ଥିଲେ ମଧ୍ୟ ସ୍ଥାନୀୟ ଲୋକମାନେ ବିରୋଧ କରିବାରୁ ପ୍ରାୟ କିଛିବର୍ଷ ଏହି କାମ ନହୋଇ ପଡ଼ିରହିଥିଲା । ଏପରିକି ଏନେଇ କୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତି ସମୟରେ ଆମ୍ବିଳିଗାଁ ଠାରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିବାବେଳେ ପୁଣି ଏବେ ସେହି ବୟାଂଡ଼ିହ ସ୍କୁଲ ନିକଟରେ ମିଶନ ଶକ୍ତିଗୃହ, ଆମଗାଁ ଆମବିକାଶ ଓ ପଂଚାୟତ ଭବନ ନିର୍ମାଣ କରାଯାଉଛି । ଯାହାକି ଏହା ଏକ ଗୋଚର ଓ ଅନାବାଦି ଜମି ହୋଇଥିବାରୁ ଏଠାରେ ଏହି ସବୁ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଥାଉକି ପୂର୍ବରୁ ଏହି ସ୍ଥାନରେ ଏହା ଏକ ଗୋଚର ଜମିବୋଲି କୁହାଯାଇ ଏଠାରେ କଲ୍ୟାଣ ମଣ୍ଡପ କରାନଯିବାପାଇଁ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବାବେଳେ ସେଠାରେ କାମ ବନ୍ଦ ରହିଥିବାବେଳେ ପୁଣି ସେହି ସ୍ଥାନରେ କିପରି ଉପରୋକ୍ତ କାର୍ଯ୍ୟଗୁଡ଼ିକ କରାଯାଉଛି । ଏ ନେଇ ସାଧାରଣରେ ପଶ୍ନବାଚି ସୃଷ୍ଟି ହୋଇଛି । ଏଦୀଗରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।