Odiapua.com

ଗୋଚର ଜମିରୁ ଜବର ଦଖଲ ଉଚ୍ଛେଦ ହେଉନି, ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଚର ଜମିକୁ କିଛି ଖଳ ପ୍ରକୃତିର ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି । ଗ୍ରାମବାସୀ ବାରମ୍ବାର ଜିଲ୍ଲା,ତହସିଲ ଓ ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କୁ ଅବଗତ କରିବା ସହ ଗଣଧାରଣା ଦେବା ପରେ ମଧ୍ୟ କୌଣସି କିଛି ସୁଫଳ ନ ମିଳିବାରୁ ଆଜି ଏହି ବ୍ଲକ ଅଣିଜୋ ପଞ୍ଚାୟତ ତେଲନଟି ଗ୍ରାମବାସୀ ବନ୍ତ ତହସିଲ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ଦାବି ପୂରଣ ନ ହବା ପର୍ଯ୍ୟନ୍ତ ସେମାନେ ଧାରଣା ଚାଲୁ ରଖିବେ ବୋଲି କହିଛନ୍ତି । ପ୍ରକାଶ ଯେ ତେଲନଟି ଗ୍ରାମରେ ଥିବା ଚାରଣ ଭୂମି ଖାତା ନମ୍ବର ୨୯୦,୨୮୬ ପ୍ଲଟ ନମ୍ବର ୨୯୭,୨୮୬,୨୯୮କୁ ଜନୈକ ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି । ଗ୍ରାମର ଗୃହ ପାଳିତ ପଶୁ ଗୋରୁ,ଗାଈ,ଛେଳି,ମେଣ୍ଡା ଓ ବତକ ଆଦି ଚରିବା ନେଇ ନା ନା ଅସୁବିଧା ଭୋଗ କରି ଆସୁଛନ୍ତି । ଏହାକୁ ଜବର ଦଖଲ ମୁକ୍ତ କରିବା ନେଇ ଗ୍ରାମବାସୀ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ।

ପରେ ବନ୍ତ ତହସିଲ ଓ ଆଗରପଡା ଥାନା ଅଧିକାରୀଙ୍କୁ ଅବଗତ କରାଇ ଅଣିଜୋ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦୁଇ ଥର ଗଣଧାରଣାରେ ବସିଥିଲେ ।ସେତେବେଳେ ଜବର ଦଖଲ ଉଚ୍ଛେଦ ନେଇ କୁହାଯାଇଥିଲା,ହେଲେ କୌଣସି କିଛି ପ୍ରତିଶୃତି ପୂରଣ ନ ହେବାରୁ ଆଜି ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଯାଇ ତହସିଲ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଓଡିଶା କୃଷକ ସଭାର ସଭାପତି ପ୍ରଭାସ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ତ୍ୱରେ ନାରୀ ନେତ୍ରୀ ରୋଜାଲିନ ସାମ୍ୟବାଦୀ,ସିପିଆଇ(ଏମ୍‌)ଯୁବନେତା ପ୍ରତାପ ସେଠୀ,ସିଟ୍ଟୁ ନେତା ମହେଶ୍ୱର ନାୟକ,ଅଭିମନ୍ୟୁ ସେଠୀ,ଦାମୋଦର ଜେନା,ବଳରାମ ଜେନା,ସନାତନ ଜେନା,ଜାନକୀ ସେଠୀ,କନକ ଜେନା,ମାଳତି ଜେନା,ହରପ୍ରିୟା ଜେନା,ନାରାୟଣ ଲେଙ୍କା,ସୁକାନ୍ତି ପ୍ରଧାନ,ନନ୍ଦ ଓଝା,ଗୋଦାବରୀ ଜେନା,ସରସ୍ୱତୀ ଦାସ,ଟୁନୀ ଦାସ,ରବିନ୍ଦ୍ର ଜେନା,ବଳଭଦ୍ର ଜେନା ପ୍ରମୁଖ ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ସାମିଲ ଅଛନ୍ତି । ଉପରୋକ୍ତ ଘଟଣା ନେଇ ବନ୍ତ ତହସିଲ ପକ୍ଷରୁ ଭଦ୍ରକ ଆରକ୍ଷି ଅଧିକ୍ଷକ,ପୂର୍ତ୍ତ ବିଭାଗ ନିର୍ବାହି ଯନ୍ତ୍ରୀ ଏବଂ ଆଗରପଡା ଥାନାକୁ ଲିଖିତ ଅବଗତ କରାଯାଇ ଆସନ୍ତା ୧୪ତାରିଖ ଜବର ଦଖଲ ସ୍ଥାନକୁ ଉଚ୍ଛେଦ କରିବା ନେଇ ପ୍ରତିଶୃତି ଦେବା ପରେ ଆଜିର ଏହି ଗଣଧାରଣା ପ୍ରତ୍ୟାହୁତ ହୋଇଛି ।