Odiapua.com

ଗୋଆ ସହରରେ ଫସି ରହିଛନ୍ତି ଗରିବ ଦାଦନ ପରିବାର,ଉଦ୍ଧାର ପାଇଁ ଆକୁଳ ନିବେଦନ

ମାଲକାନଗିରି,୨୨ ।୫ (ଓଡିଆ ପୁଅ ) କରୋନା ମାହାମାରି ର କରାଳ ଛାୟା ସମଗ୍ର ବିଶ୍ୱକୁ ଗ୍ରାସକରି ମାନବ ସମାଜ କୁ କଲବଲ କରୁଥିବା ବେଳେ ଲକଡାଉନ ପାଇଁ ଦୀର୍ଘ ଦୁଇମାସ ହେଲା ଗୋଆ ସହରରେ ଫସିରହିଛନ୍ତି ଗୋଟିଏ ଦାଦନପରିବାର । ମୋ ପରିବାରଙ୍କୁ ଉଦ୍ଧାର କରି ବଚାଂନ୍ତୁ ସରକାର,ନ ହେଲେ ଖାଇବା ବିନା ମରି ଯିବେ ମୋ ପରିବାର ,ଏହା କୌଣସି ଚଳଚିତ୍ର କିମ୍ବା ନାଟକର ସଂଳାପ ନଥିଲା, ଜଣେ ଗରିବ ଦାଦନ ଯୁବକର ସରକାରଙ୍କୁ ଆକୁଳନିବେଦନ ର ବାର୍ତା ଥିଲା । ମାଲକାନଗିରି ଜିଲ୍ଲା କାଲିମେଳା ଅଚଂଳରେ ମିଥୁନ ସରକାର ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ଯୁବକ, ପରିବାର ପେଟକୁ ଦାନା ଦେବା ପାଇଁ ମାର୍ଚମାସରେ ତାଙ୍କ ପତ୍ନି ଓ ଏକ ଦେଢବର୍ଷର ଛୋଟ ପୁଅକୁ ଧରି ଗୋଆ ସହରର କୁ କାମକରିବା ପାଇଁ ଯାଇଥିଲେ । ସେ ଠାରେ ଏକ ଘରୋଇ କମ୍ପାନୀରେ ସିକୃଟୀ ଗାର୍ଡ ଚାକିରିଟିଏ ପାଇ ସେଠାରେ ଏକ ଘରଭଡା ନେଇ ପରିବାର ସହ ରହୁଥିଲେ । ଲକ୍‌ଡାଉନ୍ ହୋଇଯିବାରୁ କମ୍ପାନୀ ମାଲିକ ମାତ୍ର ୧୫ଦିନର ଦରମା ଦେଇ ମିଥୁନ ଙ୍କୁ କାମରୁ ବାହାର କରିଦେଲେ ।ଯହା ଟଙ୍କା ପଇସା ଥିଲା ସବୁ ଖାଇବା ବାଟରେ ଚାଲିଗଲା,ଘରଭଡା ଦେବାକୁ ପାଖରେ ଟଙ୍କା ନଥିବାରୁ ଘରମାଲିକ ମଧ୍ୟ ଘରଛାଡିଦେବା ପାଇଁ ବାରମ୍ବାର ଧମକ ଦେଉଛନ୍ତି । କଣ କରିବେ ଟଙ୍କା କେଉଁ ଠାରୁ ଆଣିବେ ଯେ ସେ ଘରମାଲିକଙ୍କୁ ଘରଭଡା ଦେବେ, ବସାଘରେ ୮ମାସର ଗର୍ଭବତୀ ପତ୍ନୀ ଓ କୋଳରେ ଦେଢବର୍ଷର ଶିଶୁପୁତ୍ର ଅଛନ୍ତି ,ଲକଡାଉନ ସମୟରେ କେଉଁଠାରେ କାମ ମିଳିନଥିବାରୁ କିପରି ପରିବାରଙ୍କ ପେଟକୁ ଦାନାଯୋଗଡ କରିବେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି ମିଥୁନ । ଓଳିଏ ଖାଇଲେ ଆର ଓଳିକି ଉପାସରେ ରହିବାକୁ ପଡୁଛି ତାଙ୍କ ପରିବାରଙ୍କୁ । ମାନଶିକ ଯନ୍ତ୍ରଣାରେ ଛଟପଟ ହୋଇ ଦିନ କାଟୁଛନ୍ତି ମିଥୁନ ଙ୍କ ପରିବାର,ଓଡିଶା ସରକାର କିମ୍ବା ମାଲକାନଗିରି ଜିଲ୍ଲାପ୍ରଶାସନ ତାଙ୍କପରିବାରଙ୍କୁ ଗୋଆ ରୁ ଉଦ୍ଧାର କରି ଓଡିଶାକୁ ଫେରାଇ ନେବାପାଇଁ ସୋସିଆଲ ମେଡିଆରେ ହାତ ଜୋଡି ଆକୁଳ ନିବେଦନ କରିଛନ୍ତି ମିଥୁନ ।