Odiapua.com

ଗେଙ୍ଗୁଟି ନଦୀ ଖନନ ଓ ସଂସ୍କାର କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ଅଭିଯୋଗ କଲେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ଧାମନଗର ନିକଟସ୍ଥ ଦୋବଲ ଅଂଚଳର ପ୍ରଭାହିତ ହୋଇଥିବା ବୈତରଣୀ ନଦୀର ଶାଖା ଗେଙ୍ଗୁଟିନଦୀ ସଂସ୍କାର ଓ ଖନନ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି। ଖନନ କିମ୍ବା ସଂସ୍କାର କାର୍ଯ୍ୟ କରାନଯାଇ ପ୍ରାୟ ୬କୋଟି ଟଙ୍କା ମିଥ୍ୟା ବିଲ୍ ମାଧ୍ୟମରେ ଅର୍ଥ ଆତ୍ମସାତ ହୋଇଛିବୋଲି ଧାମନଗର ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବିନୋଦ ନାୟକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପ୍ରଚେଷ୍ଟାରେ ୨୦୧୬ ମସିହାରେ ଗେଙ୍ଗୁଟିନଦୀ ଖନନ ଓ ସଂସ୍କାର ନିମନ୍ତେ ୧୦କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଉକ୍ତ ଅର୍ଥ ଭଦ୍ରକ ଡ଼୍ରେନେଜ ଡ଼ିଭିଜନ ଦ୍ୱାରା ଟେଣ୍ଡର ଜରିଆରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଗତ ୨୦୨୦ ମସିହାରେ ଉକ୍ତ କାର୍ଯ୍ୟପାଇଁ ଏଗ୍ରିମେଂଟ କରାଯାଇଥିଲା। ମାତ୍ର କରୋନା କଟକଣା ସମୟରେ କାର୍ଯ୍ୟ କରାନଯାଇ ପ୍ରାୟ ୬କୋଟି ଟଙ୍କା ମିଥ୍ୟାବିଲ୍ କରାଯାଇଛିବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ଏସମସ୍ତ ଘଟଣାର ତଦନ୍ତ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମାନ୍ୟବର ସାଂସଦ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟ ସମ୍ପୁର୍ଣ୍ଣ କରାଗଲା ନାହିଁ। ଉକ୍ତ ଖନନ ଓ ସଂସ୍କାର କାର୍ଯ୍ୟରେ କୌଣସି ଦୁଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ତୁରନ୍ତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଧାମନଗର ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବିନୋଦ କୁମାର ନାୟକ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି। ତେବେ କରୋନା କଟକଣା ଥିବା ସହ ଲଘୁଚାପ ଓ ବାତ୍ୟା ଯୋଗୁ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାର ବିଳମ୍ବ ଘଟିଛି ଓ ଖୁବ୍ ଶୀଘ୍ର କାର୍ଯ୍ୟଶେଷ ହେବବୋଲି ବିଭାଗୀୟ ଯନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।