Odiapua.com

ଗେଙ୍ଗୁଟି ନଦୀରେ ବୁଡ଼ି ଛାତ୍ରର ମୃତ୍ୟୁ

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତ ର ବିରୁହା ଗ୍ରାମର ସଂଜିତି କୁମାର ପଣ୍ଡା ଙ୍କ ପୁଅ ଶୁଭମ୍ ପଣ୍ଡା (୧୮) ରବିବାର ଦିନ ୪ ଟା ବେଳେ ଗେଙ୍ଗୁଟି ନଦୀରେ ବୁଡି ଯାଇ ମୃତ୍ୟୁ ବରଣ କରିଛନ୍ତି । ସୁଚନା ଥାଉକି ରବିବାର ଦିନ ୪ ଟା ବେଳେ ଶୁଭମ୍ ନିକଟସ୍ତ ଗେଙ୍ଗୁଟି ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସି ଯାଇଥିଲା। ଭରାନଦୀରେ ଭାସିଯାଇ ଥିଲେ।ସ୍ଥାନୀୟ ଲୋକ ମାନେ ଶୁଭମ କୁ ବହୁ କଷ୍ଟରେ ଉଦ୍ଧାର କରି ଧାମନଗର ଡ଼ାକ୍ତରଖାନା କୁ ନେଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶୁଭମ ଜଣେ ଭଲ ଛାତ୍ର ଓ ମେଳାପି ଥିବାରୁ ତାର ଏହି ଅକାଳ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।