Odiapua.com

ଗେଙ୍ଗୁଟି ନଦୀରେ ଛାତ୍ର ନିଖୋଜ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅନ୍ତର୍ଗତ ବୟାଙ୍ଗଡିହି ପଂଚାୟତ ଭଉଁରିଆବାଙ୍କ ଗ୍ରାମର ବିନୋଦ ସେଠୀଙ୍କ ୧୫ ବର୍ଷୟୀ ପୁତ୍ର ରାହୁଲ ପୂର୍ବାହ୍ନରେ ଗେଙ୍ଗୁଟି ନଦୀକୁ ଗାଧୋଇ ଯାଇ ନିଖୋଜ ଅଛନ୍ତି। ରାହୁଲ ସ୍ଥାନୀୟ ଭଉଁରିଆ ବାଙ୍କ ହାଇସ୍କୁଲର ଦଶମ ଶ୍ରେଣୀରେ ଛାତ୍ର ଥିଲେ। ରାହୁଲ ନିଖୋଜ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ନଦୀରେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଓ ଗ୍ରାମର ଯୁବକମାନେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ସନ୍ଧ୍ୟା ହୋଇଯିବାରୁ ଖୋଜିବାରେ ସମ୍ଭବ ହୋଇପାରିନଥିଲା। ନଦୀରେ ଖୋଜାଖୋଜି ଚାଲିଥିବାବେଳେ ରାହୁଲଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନା ଥାଉକି ରାହୁଲର ବାପା ବିନୋଦ ୧୦ ବର୍ଷ ପୂର୍ବେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବାବେଳେ ବିଧବା ମା’ ଓ ଦୁଇ ଭଉଣୀ ତାଙ୍କ ସହ ନିଜ ମାମୁଁ ଘର ଭଉରିଆଁବାଙ୍କରେ ରହୁଥିଲେ। ରାତି ହୋଇଯିବାରୁ ଦମକଳ ବାହିନୀ ରାହୁଲର କୌଣସି ସନ୍ଧାନ ନପାଇ ଫେରିଆସିଥିଲେ।