Odiapua.com

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର  ଙ୍କ ଇସ୍ତଫା ଓ ଗିରଫ ଦାବୀ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୧୧- ସାରା ରାଜ୍ୟ ରେ ଶିକ୍ଷୟତ୍ରୀ ମମିତା ମେହେର ର ବିଭତ୍ସ ଲଜ୍ୟା ଜନକ ହତ୍ୟାକାଣ୍ଡ କୁ ନେଇ ରାଜନୈତିକ ଆନ୍ଦୋଳନ ତିବ୍ରତର ହେଉଥିବା ବେଳେ ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ । ରଣପୁର ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ପୁର୍ବତନ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଙ୍କ ନେତୃତ୍ୱ ରେ ରଣପୁର ବି ଜେ ପି  କାର୍ଯ୍ୟାଳୟ ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ରଣପୁର ପଞ୍ଚୁଦୋଳ ପଡିଆ କୁ ଆସିଥିଲା ।  ସେଠାରେ ସହିଦ୍ ରଘୁ ଦିବାକର ଙ୍କ ପ୍ରତିମୃର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାପରେ ରଣପୁର ଥାନା ସାମ୍ନାରେ  ଏକ ପ୍ରତିବାଦ ସଭା କରିଥିଲେ । ପୋଲିସ ବାହିନୀ ଉପ ନିରୀକ୍ଷକ ପ୍ରିତି  ପ୍ରକାଶ ମହାନ୍ତି ଙ୍କ ନେତୃତ୍ୱ ରେ ଥାନା କୁ ଜଗି ରହିଥିଲେ । ଏଥିରେ ରାଜ୍ୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମୀରେଖା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସଭା ରେ ରଶ୍ମୀରେଖା ଦାସ ରାଜ୍ୟ ସରକାର ଙ୍କୁ  କଟୁ ସମାଲୋଚନା କରିଥିଲେ । ସୁରମା ପାଢୀ  ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ସହ ଗିରଫ ଦାବୀ କରିଥିଲେ । ଏହି ଶୋଭାଯାତ୍ରା ଓ ସଭା ରେ ମହିଳା ନେତ୍ରୀ ଅନୁସ୍ୱୟା ପ୍ରଧାନ , ବିପିନ୍ ବିହାରି ନାୟକ , ପରେଶ ମିଶ୍ର ,  ପ୍ରଶାନ୍ତ ନାୟକ , ଜୟନ୍ତ ନାୟକ ,    ଅଭିଷେକ ସାମନ୍ତରାୟ , ନିର୍ମଳ ମତଗଜସିଂ , ପ୍ରଭାକର ମହାନ୍ତି ଆଦି ବହୁନେତା ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ରେ ସରକାର ଙ୍କୁ ସମାଲୋଚନା କରିବା ସହ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି କହିଥିଲେ । ଏହି ଶୋଭାଯାତ୍ରା ଓ ସଭା ରେ ଶତାଧିକ କର୍ମୀ ଯୋଗଦାନ କରିଥିଲେ । ଶେଷ ରେ ସଂପୃକ୍ତ ମନ୍ତ୍ରୀ ଙ୍କ ଇସ୍ତଫା ଓ ଗିରଫ ଦାବୀ ନେଇ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ମାଧ୍ୟମ ରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିଥିଲେ ।