Odiapua.com

ଗୃହକର୍ତାଙ୍କ ଘରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର, ୨ ଗିରଫ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଘରୁ ଚୋରି ହୋଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍‌। ଏ ସଂପର୍କରେ ମିର୍ଜାପୁର ନିବାସୀ ସେକ୍ ଅବଦୁଲ ହମିଦଙ୍କ ପୁତ୍ର ସେକ୍ ନବୀଲ କାଦ୍ରୀ ଥାନାରେ ଦେଇଥିବା ଅଭିଯୋଗ ମୂଳେ ସେ ଏବେ ମିର୍ଜାପୁରରେ ନିର୍ମାଣ କରିଥିବା ଏକ ଗୃହରେ ରହୁଥିବାବେଳେ ତାଙ୍କର ହେଲାସାହିରେ ଥିବା ପୈତୃକ ଘରେ ମଧ୍ୟ ବସବାସ କରନ୍ତି। ଗତ ୨୨ ତାରିଖରେ ସେ ତାଙ୍କର ପୈତୃକ ଘର ହେଲାସାହି ଘର ଚାବି ପକାଇ ମିର୍ଜାପୁରକୁ ଆସିଥିବାବେଳେ ୨୩ ତାରିଖ ଦିନ ସକାଳେ ଘରକୁ ଫେରି ତାଙ୍କର ଘରର ମୁଖ୍ୟ ଓ ଭିତର ଘରର ଚାବିଗୁଡିକ ଭଂଗାଯାଇଥିବାର ଦେଖିଥିଲେ। ଏବଂ ଘରେ ଥିବା ସୁନାଗହଣା, ୨ଟି ଗ୍ୟାସ୍ ସିଲିଣ୍ଡର, ଗୋଟିଏ ସିଲେଇ ମେସିନ୍‌, ଗୋଟିଏ ପାଣି ପମ୍ପ, ରୂପା ପାଉଁଜି ସହ ୨୦ ହଜାର ଟଙ୍କା ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ଫଳରେ ସେ ପୁରୁଣାବଜାର ଥାନାରେ ଅଭିଯୋଗ କରିବା ପରେ କେଶ୍ ନଂ ୨୧, ତା ୨୩.୧.୨୬ ରିଖ ମୂଳେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିଲା। ଥାନାର ଏଏସଆଇ ମନୋରଂଜନ ବେହେରା ଏହି ମାମଲାର ତଦନ୍ତ କରି ମିର୍ଜାପୁର ଗ୍ରାମର ମହିଉଦ୍ଦିନ୍ ସାହାର ପୁତ୍ର ମଇରାଜ ସାହା (୨୬) ଓ ଏବେ ଗୌରସିଆନଗର ହମିରବିନ୍ଧାରେ ରହୁଥିବା ହେଲାସାହି ନିବାସୀ ସେକ୍ ସରାଫତର ପୁତ୍ର ସେକ୍ କାଦରି (୪୩) କୁ ଗିରଫ କରିଛନ୍ତି। ଏହି ଦୁଇଜଣ ୨୨ ତାରିଖ ରାତିରେ ସେକ୍ ନବୀଲ କାଦ୍ରୀଙ୍କ ଘରୁ ଆସବାବ ପତ୍ର ଚୋରି କରି ଏକ ଟ୍ରଲିରେ ନେଇଥିବାର ସ୍ୱୀକାର କରିଛନ୍ତି। ତେବେ ପୁଲିସ୍ ଏହି ଦୁଇଜଣଙ୍କୁ ଗିରଫ କରି ୨ଟି ଗ୍ୟାସ୍ ସିଲିଣ୍ଡର, ଗୋଟିଏ ଏଲଇଡି ଟିଭି, ଗୋଟିଏ ସିଲେଇ ମେସିନ୍‌, ଆଲୁମିନିୟମ ବାସନକୁସନ ସହ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଏବଂ ଟ୍ରଲିରିକ୍ସାଟିକୁ ଜବତ କରିଥିବାର ଜଣାପଡିଛି।