Odiapua.com

ଗୁଡ଼ୁଦା ଗ୍ରାମରେ କଳାଘୋଡ଼ା ଟେରାକୋଟା ପ୍ରଶିକ୍ଷଣ କର୍ମଶାଳା

ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରୀ କଳାକେନ୍ଦ୍ର ପକ୍ଷରୁ ରେମୁଣା ବ୍ଲକ ଗୁଡ଼ୁଦା ପଞ୍ଚାୟତରେ ୩ଦିନିଆ କଳାଘୋଡ଼ା ଟେରାକୋଟା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ପୌଷ୍ୟ କଳାଗ୍ରାମ ତଥା କଳାଘୋଡ଼ାର ଦେଶ ଗଗୁଡ଼ୁଦା ହାଟଠାରେ ଆୟୋଜିତ ଏହି କର୍ମଶାଳାକୁ ରେମୁଣା ତହସିଲଦାର ଚାର୍ଲସ ନାୟକ ନିଜ ହାତରେ ସୁନ୍ଦର ମାଟିଘୋଡ଼ା ତିଆରି କରି ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ପ୍ରାଚୀନ ଉତ୍କଳୀୟ ମୃତ୍ତିକା କଳାକୁ ଉଜ୍ଜୀବିତ ରଖିବାରେ ବାଲେଶ୍ୱରୀ କଳାକେନ୍ଦ୍ର ଓ ଗୁଡ଼ୁଦା ପଞ୍ଚାୟତବାସୀଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ରେମୁଣା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଦୀନକୃଷ୍ଣ ଦାସ, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ପତି, ବରିଷ୍ଠ କୁମ୍ଭକାର ଅନ୍ତର୍ଯ୍ୟାମୀ ମୁଦୁଲିଙ୍କ ସମେତ ରଶ୍ମିରଂଜନ ସାସ ଓ ରଶ୍ମିତା ସାହୁ ଏଥିରେ ଅତିଥି-ବକ୍ତା ଭାବେ ଯୋଗଦେଇ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ଆତ୍ମନିର୍ଭରଶୀଳ ହେବା ପାଇଁ ଏହି ଟେରାକୋଟା କଳାର ବିକାଶ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ରାଜବଲ୍ଲଭ ସାହୁ, ସୁଶାନ୍ତ ନାୟକ, ବ୍ରଜ ଷଡ଼ଙ୍ଗୀ, ଶ୍ରୀକୃଷ୍ଣ ଖଣ୍ଡା, ମୁକ୍ତିପଦ ନନ୍ଦି, କଲ୍ୟାଣ ବାରିକ, ଅରୁଣ ବାରିକ, ଦେବାଶିଷ ପତି, ରୂପକ ଦାସ, ଉତ୍ତମ ମହାଳିକ, ଦୀନକୃଷ୍ଣ ଧଳ ପ୍ରମୁଖ ମୃତ୍ତିକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁଡ଼ୁଦା ଗ୍ରାମ ପଞ୍ଚାୟତର ସରପଞ୍ଚ ବସନ୍ତ ପ୍ରଧାନ ଏହି ଉଦ୍‌ଘାଟନୀ ଉତ୍ସବରେ ସଭାପତିତ୍ୱ କରିଥିଲେ। ବାଲେଶ୍ୱରୀ କଳାକେନ୍ଦ୍ରର ମୁଖ୍ୟ କେଶୁ ଦାସ ଏଥିରେ ସଂଯୋଜନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଏହି କର୍ମଶାଳାରେ ଯୋଗଦେଇ ସୁନ୍ଦର ସୁନ୍ଦର ଘୋଡ଼ା ତିଆରି କରିଥିଲେ। ଶଷରେ କମଳାକାନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।