ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତ ଅନ୍ତର୍ଗତ ଜୁଡ଼ାଗଡିଆ ନିବାସୀ ଦୈତାରି ସୂତାରଙ୍କ ଗୁହାଳ ଘରେ ମଶା ପାଇଁ ଧୂଆଁ ଦିଆ ଯାଇଥିବା ବେଳେ ଏଥିରୁ ଝୁଲ ବାହାରି ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଗୁହାଳରୁ ଗୋରୁ ଙ୍କୁ କାଢ଼ିବା ସମ୍ଭବ ହୋଇ ପାରି ନଥିଲେ । ଯାହା ଫଳରେ ୪ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଖବର ପାଇଁ ଜଗଦଳପୁର ସରପଂଚ ତିଳୋତମା ମହାପାତ୍ର, ରାଜସ୍ୱ ନିରୀକ୍ଷକ ଗୌତମ ମଲ୍ଲିକ ପହଂଚି କ୍ଷେତ୍ର ପରିଦର୍ଶନ କରି ଥିବା ଜଣା ପଡିଛି ।