Odiapua.com

ଗୁହାଳଡିହ ଛକରେ କାର୍ ଦୁର୍ଗଟଣାଗ୍ରସ୍ଥ; ୪ ଜଣ ଗୁରୁତର

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ-ଧାମନଗରର ମୁଖ୍ୟ ରାସ୍ତାର ଗୁହାଳଡିହ ଛକ ନିକଟରେ ଏକ ବାଲେନୋ କାର୍ ଦୁର୍ଘଟଣାଗ୍ରସ୍ଥ ହେବା ଫଳରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଧାମନଗର, ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗୁହାଳଡିହ ଛକରେ ଓଡି-୨୨ପି-୫୩୭୬ ନମ୍ବରର ଏକ ସୁଜିକ୍ କଂପାନୀର ବାଲେନୋ କାର୍ ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ରେ ଥିବା ଶିରିଶି ଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର ମଧ୍ୟରେ ଥିବା ଚାରିଜଣ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ସମସ୍ତ ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଥିଲା ।