Odiapua.com

ଗୁଲସନ-ଏ-ନସିମ୍ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ବାଇପାସ୍ ରୋଡ୍ ପାଶ୍ୱର୍ରେ ଥିବା ଗୁଲସନ-ଏ-ନସିମ୍ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭଦ୍ରକ ଗସ୍ତ ସମୟରେ ବିଭିନ୍ନ ଦେବାଦେବୀ, ମନ୍ଦିର, ମସ୍‌ଜିଦ୍‌ର ଉନ୍ନତିକରଣ ପାଇଁ ଦାବି କରାଯାଇଥିଲା । ପରବର୍ତ୍ତୀ ସମୟରେ ଗୁଲସନ-ଏ-ନସିମ୍ ଶ୍ରଦ୍ଧାଳୁମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ୫-ଟି ସଚିବ ସେଠାରେ ଏକ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ପାଇଁ ୧ କୋଟି ଟଙ୍କା ମଂଜୁର କରିଛନ୍ତି । ଏଥିପାଇଁ ଗୁଲସନ-ଏ-ନସିମ୍ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଜିଲାପାଳଙ୍କ ଜରିଆରେ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମବେତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ ଗୁଲସନ-ଏ-ନସିମ୍ ର ସଭାପତି ସେକ୍ ହବିବୁଲ୍ଲା ଓ ସଂପାଦକ ଜଏଫ ଅଖତର, ଭଦ୍ରକ ମୁସିଲିମ୍ ଜମାତ ଉପସଭାପତି ସେକ୍ ଜକାଉଲ୍ଲା, ସଂପାଦକ ମୁକିତ୍ ଖାନ୍‌,ସେକ୍ ଫକୀର ଆଲାମ, ବିଜେଡି ନଗର ସଭାପତି ତାହେର ମହମ୍ମଦ, କାଉନ୍‌ସିଲର ସେକ୍ ସଇଦ, ଇଂ ସେର ଖାଁ, ଜମିଲ ଅଖତର ଖାଁ, ମିର୍ଜା ଫରିଦ, ପୂର୍ବତନ କାଉନ୍‌ସିଲର ସେକ୍ ସମଦାନୀ, କାଉନ୍‌ସିଲର ନାସିର ମହମ୍ମଦ, ମହମ୍ମଦ ରଫି, ଇଂ ରଜେୟା ରସୁଲ, ସେକ୍ ସିରାଜୁଦ୍ଦିନ୍‌, ସେକ୍ ଅବୁ କଲାମ, ସେକ୍ ଜାବିର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ଗୁଲସନ-ଏ-ନସିମ୍‌ର ଶ୍ରଦ୍ଧାଳୁମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି ।