Odiapua.com

ଗୁରୁ ପ୍ରଣାମ ଓ “ଗୁଲୁଗୁଲିଆ” ପୁସ୍ତକର ଉନ୍ମୋଚନ ଉତ୍ସବ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଝିଙ୍କିରିଆ ଗ୍ରାମର ଗୁରୁ ପ୍ରଣାମ ସାହିତ୍ୟ ସସ୍ମୃତି ପରିବାର ପକ୍ଷରୁ ଗୁରୁପ୍ରଣାମ ଓ ଗୁଲୁଗୁଲିଆ ଶିଶୁ କିଶୋର ପତ୍ରିକାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିବାରର ପ୍ରତିଷ୍ଠାତା ତଥା ସଭାପତି ଦୀନରଞ୍ଜନ ପାଢ଼ୀଙ୍କ ସଞ୍ଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ପ୍ରଥମ ଅଧିବେଶନରେ ଆରସା ଉଚ୍ଚ ବିଦ୍ୟାଳୟ ଓ ମୁକୁନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ସର୍ବପୁରାତନ ଶିକ୍ଷକ ସର୍ବେଶ୍ୱର ସାହୁ,ଯାମିନୀ ମୋହନ ପାଢ଼ୀ, ସଚ୍ଚିଦାନନ୍ଦ ସାହୁ,ଶୈଳେନ୍ଦ୍ର ବାରିକ ,ସନାତନ ସାହୁ,ଲକ୍ଷ୍ମୀକାନ୍ତ ପତି ନିତ୍ୟାନନ୍ଦ ନାୟକ ଓ କାର୍ଯ୍ୟାଳୟ ସହାୟକ ଉଦ୍ଧବ ଚରଣ ମିଶ୍ର,ପ୍ରତାପ ଚନ୍ଦ୍ର ଦାସ,ଉମେଶ ଚନ୍ଦ୍ର ବାରିକଙ୍କୁ ପ୍ରଜ୍ଞାଜ୍‌ଯ୍ୟୋତି ଓ ସେବାସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା।ପରେ ସଭାପତି ଦୀନରଞ୍ଜନ ପାଢ଼ୀଙ୍କ ସମ୍ପାଦିତ ଶିଶୁ – କିଶୋର ସାହିତ୍ୟ ପତ୍ରିକା ଗୁଲ୍ ଗୁଲିଆ ” ପିଲାମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇ ୧୨ ଜଣଙ୍କୁ “ଶିଶୁ ସୌରଭ” ସମ୍ମାନରେ ସମ୍ମାନିତ କରାଯାଇଥିଲା।ପତ୍ରିକାର ସହ ସମ୍ପାଦକ ପ୍ରକୃତିବନ୍ଧୁ ସରୋଜ କୁମାର ଓଝା ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ।ଦ୍ୱିତୀୟ ଅଧିବେଶନରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଶିଶେଖର କରଶର୍ମା ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଡାକ୍ତର ଦୀନବନ୍ଧୁ ବେହେରା,ବରେଣ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁ,ଅବସର ପ୍ରାପ୍ତ ଗୋଷ୍ଟୀ ଶିକ୍ଷାଅଧିକାରୀ ମଧୁସୂଦନ ସେଣ୍ଡ,ତିହିଡ଼ି ଶିକ୍ଷକ ସଂଘର ପୂର୍ବତନ ସମ୍ପାଦକ ମନୋରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଗୁରୁ ସମସ୍ତ ବୃତ୍ତିର ସ୍ରଷ୍ଟା, ସମାଜ ପାଇଁ ଗୁରୁଙ୍କର ଗୁରୁଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ଦେଇଥିଲେ।ଅତିଥି ମାନଙ୍କୁ ପୂଜ୍ୟପୂଜା”ସମ୍ମାନରେ ସମ୍ମାନିତ କରାଯାଇଥିଲା। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ତିହିଡ଼ି ବ୍ଲକରେ ଅବସର ଗ୍ରହଣ କରିଥିବା ୧୪ ଜଣଙ୍କୁ ସ୍ୱାଧିକାର ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା।କାନ୍ତକବି ସାହିତ୍ୟ ପରିଷଦର ପ୍ରତିଷ୍ଠାତା ଡକ୍ଟର ଅମୂଲ୍ୟ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପରିଷଦର ସଭାପତି ଡକ୍ଟର ଶ୍ରୀକାନ୍ତ ପଣ୍ଡା ଗୁରୁପରମ୍ପରାର ଅତୀତ ବର୍ତ୍ତମାନ ଭବିଷ୍ୟତ,ଓଡ଼ିଆ ସାହିତ୍ୟ ପରିବାରର ସଭାପତି ରମାକାନ୍ତ ଦାସ ଅବସର ପରେ ଶିକ୍ଷକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।କାନ୍ତ ସାହିତ୍ୟ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସହଯୋଗ କରିଥିବା ୨୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କାନ୍ତ ସୌରଭରେ ସମ୍ମାନିତ କରାଯାଇଥିଲା।କାର୍ଯକ୍ରମରେ ବେବିରାଣୀ ଦାସ,ବୀଣାପାଣି ମଲିକ,ଅନୁପମା ନାୟକ, ଭ୍ରାଜିଷ୍ଣୁ ଇଲ୍ଲୋଳ ସାମଲ, ବିଜୟଲକ୍ଷ୍ମୀ ବସନ୍ତରାୟ,ଯତୀନ୍ଦ୍ର ମୋହନ ପାଢ଼ୀ,ଉଦୟ ନାରାୟଣ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଦେଇଥିଲେ।