Odiapua.com

ଗୁରୁଦିବସର ଗୁରୁତ୍ବ

ଭୁବନେଶ୍ଵର,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନ (୫ ସେପ୍ଟେମ୍ବର) ରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜଣେ ମହାନ ଶିକ୍ଷକ ହେବା ସହ ସ୍ବତନ୍ତ୍ର ଭାରତର ପ୍ରଥମେ ଉପରାଷ୍ଟ୍ରପତି ଏବଂ ଦ୍ବିତୀୟ ରାଷ୍ଟ୍ରପତି ଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁରୁଙ୍କର ମହତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ। ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜଣେ ମହାନ ଦାର୍ଶନିକ ଏବଂ ଶିକ୍ଷକ ଥିଲେ। ଏହା ବ୍ୟତୀତ ଶିକ୍ଷା ସହ ସେ ସର୍ବଦା ଯୋଡି ହୋଇ ରହିଥିଲେ।

ଗୁରୁ ଦିବସର ମହତ୍ବ:
ଗୁରୁ ଦିବସ ସମଗ୍ର ଭାରତ ବର୍ଷରେ ପାଳନ କରାଯାଇଥାଏ। ମାତା-ପିତାଙ୍କ ପରେ ଗୁରୁ ହିଁ ସଠିକ୍ ମାର୍ଗ ଦେଖାଇବା ସହ କିପରି ଆଗକୁ ବଢିବା ସହ ସଫଳତା ହାସଲ କରିହେବ ସେ ସମ୍ପର୍କରେ ବୁଝାଇଥାନ୍ତି। ପ୍ରାଚୀନ ଯୁଗରେ ଗୁରୁକୂଳକୁ ଯାଇ ପିଲାମାନେ ଶିକ୍ଷା ପ୍ରାପ୍ତ କରୁଥିଲେ। ଶିକ୍ଷକ ଦିବସ ଅବସରରେ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଉଥିଲା। ନୃତ୍ୟ, ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଗୁରୁଙ୍କୁ ସମ୍ମାନିତ କରାଯାଉଥିଲା।

ଗୁରୁ ଦିବସର ଇତିହାସ:
ଛାତ୍ର-ଛାତ୍ରୀମାନଙ୍କୁ ଏକ ଆଦର୍ଶ ନାଗରିକ ରୂପେ ତିଆରି କରିବାରେ ଶିକ୍ଷକଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଯେତେବେଳେ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କ ସାଙ୍ଗମାନେ ଆୟୋଜନ କରିବା ପାଇଁ କହିଥିଲେ ସେହି ସମୟରେ ସର୍ବପଲ୍ଲୀ ରାଧାକ୍ରିଷ୍ଣ କହିଥିଲେ ତୁମେ ସବୁ ମୋ ଜନ୍ମଦିନ ପାଳନ କରିବା ପାଇଁ ଚାହୁଁଛ ଏହା ସବୁଠାରୁ ଖୁସିର କଥା କିନ୍ତୁ ଏହି ଦିନକୁ ଯଦି ଆମେମାନେ ଶିକ୍ଷା କ୍ଷେତ୍ରରେ ଯୋଗଦାନ, ସମର୍ପଣ ଏବଂ ଶିକ୍ଷକମାନଙ୍କ ପରିଶ୍ରମକୁ ସମ୍ମାନିତ କରି ତାଙ୍କ ଉଦ୍ଦେଶ୍ୟରେ ପାଳନ କରିବା ତେବେ ମୁଁ ଆହୁରି ଖୁସି ହେବି। ତାଙ୍କର ଏହି ଇଛାକୁ ଧ୍ୟାନରେ ରଖି ୧୯୬୨ ମସିହାରୁ ସେପ୍ଟେମ୍ବର ମାସ ୫ ତାରିଖ ଦିନ ସମଗ୍ର ଭାରତ ବର୍ଷରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ।

ଜାଣନ୍ତୁ ୫ ସେପ୍ଟେମ୍ବରରେ କାହିଁକି ପାଳନ କରାଯାଇଥାଏ ଗୁରୁଦିବସ:
୧୯୫୪ ମସିହାରେ ଶିକ୍ଷା ଏବଂ ରାଜନୀତିରେ ନିଜର ଯୋଗଦାନ ପାଇଁ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ଭାରତ ସମ୍ମାନରେ ସମ୍ମାନିତ କରଯାଇଥିଲା। ସେ ଜଣେ ମହାନ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଲେଖକ ଥିଲେ। ସେ ରାଜନୀତିରେ ଅସୀମ ହେବା ପରେ ହିଁ ନିଜେ ନିଜକୁ ଶିକ୍ଷକ ରୂପେ ଗ୍ରହଣ କରିଥିଲେ। ଏହିକାରଣରୁ ୫ ସେପ୍ଟେମ୍ବର ତାଙ୍କ ଜନ୍ମଦିନକୁ ହିଁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ।