Odiapua.com

 ଗୁରୁଦିବସରେ ପିତୃ ମାତୃ ପୂଜନ ଉତ୍ସବ ଅନୁଷ୍ଠିତ

ନୟାଗଡ଼ ୦୫/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମ ଜୟନ୍ତି କୁ ସାରା ରାଜ୍ୟରେ ଗୁରୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ଗ୍ରାମରେ ପ୍ରଥମ ଗୁରୁ ପିତୃ ମାତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ପଞ୍ଚାୟତର ୨୬୦ ପିତୃ ମାତୃ ଙ୍କୁ ପୂଜନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ, ଉପାଧକ୍ଷ ପ୍ରଭାତ କୁମାର ଦଳବେହେରା, ସରପଞ୍ଚ ସଉରୀ ବନ୍ଧୁ ସାହୁ, ସମିତି ସଭ୍ୟ ପ୍ରମୋଦ କୁମାର ରାଉତରାୟ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥି ମାନେ ପ୍ରଥମ ଗୁରୁ ପିତୃ ମାତୃ ଙ୍କୁ ଆଜୀବନ ସମ୍ମାନ ଦେଇ ଅବହେଳା ପ୍ରଦର୍ଶନ ନକରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ସଂଜିବ କୁମାର ପରିଡା ମଞ୍ଚ ପରିଚାଳନା କରିଥିଲେ। କାଇପଦର ଶ୍ରୀ ଜଗନ୍ନାଥ ମହା ବିଦ୍ୟାଳୟ ର ପୁର୍ବତନ ଅଧକ୍ଷ ଅଶୋକ କୁମାର ରାୟସିଂ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ୨୬୦ ଜଣ ପିତୃ ମାତୃ ଙ୍କୁ ପୂଜନ କରିବା ସହ ଉପଢୈାକନ ପ୍ରଦାନ କରିଥିଲେ। ସେହିଭଳି ଭାବରେ ଚାନ୍ଦପୁର ଗ୍ରାମପଞ୍ଚାୟତରେ ପିତୃ ମାତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିବା ଜଣାପଡିଛି।