Odiapua.com

ଗୁରୁଙ୍କ ନାଁ ରେ କଳଙ୍କ

ମୟୁରଭଞ୍ଜ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଗୁରୁ ନାଁ ରେ ଲାଗିଛି କଳଙ୍କ । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗୁରୁଙ୍କ ନାଁ ରେ ଅଭିଯୋଗ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ଏହି ସ୍କୁଲରେ କାର୍ଯ୍ୟରତ ପ୍ରଶାନ୍ତ ଭୁଜବଳ ନାମକ ଜଣେ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ସହ କରିଛନ୍ତି ଏହିପରି କାର୍ଯ୍ୟ । ଖାଇବା ପାଇଁ ଥାଳି ଆଣିବାକୁ ଆସିଥିବା ସମୟରେ ଏକାକି ପାଇ ଜୋର ଜବରଦସ୍ତ କରିଥିବା ଅଭିଯୋଗ କରିଥିଲେ ଛାତ୍ରୀ ଜଣକ । ଛାତ୍ରୀ ଜଣକ ଏକଥା ପ୍ରଥମେ ହଷ୍ଟେଲରେ ଥିବା ମେଟ୍ରନଙ୍କୁ କହିଥିଲେ । ପରେ ଏହା ଚାରିଆଡେ ପ୍ରଘଟ ହୋଇଥିଲା । ପରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ପ୍ରଶାନ୍ତ ଗାଡ଼ି ଭାଙ୍ଗିବା ସହ ଉତ୍ତେଜନା ସୃଷ୍ଟି କରିଥିଲେ । ପରେ ଏସଡିପିଓ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।