Odiapua.com

ଗୁରୁଗ୍ରାମରେ ରାସ୍ତାକଡ଼ ଗ୍ୟାସ ପାଇପ୍ ଲାଇନ ଲିକ୍ ହୋଇ ଜଳିଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ନୂଆ ଦିଲ୍ଲୀ ୧୭-୧୧ (ଓଡ଼ିଆ ପୁଅ) ଗୁରୁଗ୍ରାମର ନରସିଂହ ପୁର ଠାରେ ଗ୍ୟାସ୍ ଲିକ୍ ହୋଇ ଗମ୍ଭୀର ରୂପେ ଆହତ ହୋଇଥିବା ଜଗବନ୍ଧୁ ବେହେରାଙ୍କ ମୃତ୍ୟୁ ହୋଇଛି। ଜଗବନ୍ଧୁ ବେହେରାଙ୍କ ସ୍ଥିତି ସଙ୍କଟାପର୍ଣ୍ଣ ଥିଲା ସେ ନୂଆ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର କିଛି ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟଯେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳେ ଗୁରୁଗ୍ରାମର ନରସିଂହପୁରରେ ୪୭ ବର୍ଷୀୟ ଶ୍ରୀ ଜଗବନ୍ଧୁ ବେହେରା ଓ ପୁତ୍ର ବିଜୟ ବେହେରା ଗ୍ୟାସ ଲିକ୍ ଦୁର୍ଘଟଣାରେ ଆହତ ହୋଇଥିଲେ। ଜଗବନ୍ଧୁ ବେହେରା ୬୦% ଓ ପୁଅ ବିଜୟ ୪୦% ଜଳି ଯାଇଥିଲେ। ଗୁରୁଗ୍ରାମର ସିଭିଲ ହସ୍ପିଟାଲ୍ ରେ ଭର୍ତ୍ତି କରିବାକୁ ଚେଷ୍ଟା କରିବା ପରେ ସେମାନେ ତାଙ୍କୁ ଆଡମିଟ୍ କରିନଥିଲେ। ତେଣୁ ତୁରନ୍ତ କିଛି ଓଡ଼ିଆ ବନ୍ଧୁଙ୍କ ଦ୍ଵାରା ସଫଦର୍ଜଙ୍ଗ ହସ୍ପିଟାଲ୍ କୁ ନେଇ ଆଡ୍ ମିଟ କରିବାକୁ ପଡିଥିଲା। ଜଗବନ୍ଧୁ ନିଜ ପୁତ୍ର ସହିତ ଗୁରୁଗ୍ରାମ ସ୍ଥିତ ନରସିଂହ ପୁର ଗ୍ରାମରେ ଏକ ଭଡ଼ା ଘରେ ରହୁଥିଲେନ୍ତି। ଘର ସାମ୍ନାରେ ଘରୋଇ ଗ୍ୟାସ ପାଇପ୍ ଲାଇନ ଯାଇଛି ଯାହା ଘଟଣା ପୂର୍ବ ଦିନ ମରାମତି ଚାଲିଥିଲା। ମରାମତି ପରେ ସନ୍ଧ୍ୟା ବେଳକୁ ଗ୍ୟାସ ଚାଲୁ କରାଯାଇଥିଲା। ମରାମତି ଜାଗାରେ ଗ୍ୟାସ ଲିକ୍ ହୋଇ ଜଗବନ୍ଧୁଙ୍କ ଘର ଭିତରେ ଭରି ଯାଇଥିଲା। ଏସବୁର ବେଖବର ଜଗବନ୍ଧୁ ଭୋର ଉଠି କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପୂଜା କରିବାକୁ ଦିଆସିଲି ଜଳେଇବା ମାତ୍ରେ ନିଆଁ ଲାଗି ଯାଇଥିଲା। ଜଗବନ୍ଧୁ ଜଳିଯିବା ସଙ୍ଗେ ସଙ୍ଗେ ଶୋଇଥିବା ପୁଅ ବି କିଛି ମାତ୍ରାରେ ଜଳିଯାଇଥିଲା। ଏହାପରେ ତୁରନ୍ତ କିଛି ଓଡ଼ିଆ ବନ୍ଧୁଙ୍କ ଦ୍ଵାରା ହସ୍ପିଟାଲ୍ ତାଙ୍କୁ ହସପିଟାଲରେ ପହଞ୍ଚା ଯାଇଥିଲା। ବାଲେଶ୍ଵର ଜିଲ୍ଲାର ଅନ୍ତରା ଗ୍ରାମରେ ଜଗବନ୍ଧୁ ବେହେରାଙ୍କ ଘର। ସେ ସମ୍ପୂର୍ଣ୍ଣ ନିସହାୟ। ଏଠି ସାଙ୍ଗରେ କେହି ନଥିଲେ। କିଛି ଓଡ଼ିଆ ବନ୍ଧୁ ପ୍ରବାସୀ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ରଞ୍ଜନ ପାଣି ନିଜର କାର୍ଯ୍ୟଛାଡ଼ି ଜଗବନ୍ଧୁଙ୍କୁ ହସ୍ପିଟାଲରେ ସହାୟତା କରୁଥିଲେ। ଏବଂ ତାଙ୍କ ସାହାଯ୍ୟରେ ସେ ହସ୍ପିଟାଲ୍ ରେ ଭର୍ତ୍ତି କରାଯିବା ସହ ତାଙ୍କର ଦେଖାଶୁଣା କରୁଥିଲେ ବୋଲି ଅକ୍ଷୟ ଓଝା ପ୍ରକାଶ କରିଛନ୍ତି।