Odiapua.com

ଗୁଣି ଗାରେଡି ଅଭିଯୋଗ କରିବା ନେଇ ବିଷ୍ଟା ଖୁଆଇ ମାଡ଼ ମାରିବା ନେଇ ୨୬ ଜଣଙ୍କ ନାମରେ ମାମଲା ରୁଜ୍ଜୁ

ବଲାଙ୍ଗୀର, ୦୪-୦୪ (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ତୁଷୁରା ଥାନା ଶିରାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏ ସଂପର୍କରେ ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଗୁଣିଗାରେଡି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ପରେ ପୀଡିତଙ୍କୁ ବିଷ୍ଠା ଖୁଆଇବା ସହ ମାରପିଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ୪ ଜଣଙ୍କୁ ଗିରଫ କରିବା ସହ ଉଭୟ ପକ୍ଷଙ୍କ ୨୬ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଶିରାବାହାଲ ଗ୍ରାମର ଶୁକ୍ରୁ ନାଗ ଗୁଣିଗାରେଡ଼ି କରୁଥିବା ନେଇ ଗାଁର ବିରଚିଂ ଛତ୍ରିଆ ସନ୍ଦେହ କରି ଆସୁଥିଲେ। ଏନେଇ ଗତ କିଛି ଦିନ ହେଲା ଉଭୟ ପରିବାର ଲୋକଙ୍କ ମଧ୍ୟରେ କଳହ ଲାଗି ରହିଥିବା ଜଣାପଡିଛି। ତେବେ ଗୁଣିଗାରେଡିକୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଘଟଣା ସ୍ଥଳରେ ବିରଂଚି ଛତ୍ରିଆ ଶୁକ୍ରୁଙ୍କ ମୁହଁରେ ବିଷ୍ଠା ଲଗାଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ସୂଚନାରୁ ଜଣାପଡ଼ିଛି।