Odiapua.com

ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କଲେ

ବାଲିଗୁଡା, ୦୯/୦୫ (ଓଡ଼ିଆ  ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଗୁଣି ଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ମାଡସପାଜୁ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ। ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର। ସୂଚନା ପ୍ରକାରେ ମାଡସପାଜୁ ଗ୍ରାମର ନିରିଗା ମଲ୍ଲିିକ ନାମକ ଜଣେ ବୃଦ୍ଧ ଗୁଣିଗାରେଡ଼ି କରୁଥିବା ନେଇ ନିରିଗାଙ୍କ ସହ ସେହି ଗ୍ରାମର ରୁଞ୍ଜିଙ୍ଗା ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ପୂର୍ବରୁ ଶତ୍ରୃତା ଲାଗି ରହିଥିଲା। ଆଜି ନିରିଗା ଆମ୍ବ ବଗିଚାରେ ଆମ୍ବ ଜଗିଥିବା ସମୟରେ ରୁଞ୍ଜିଙ୍ଗା ସେଠାକୁ ଯାଇ ନିରିଗାକୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା। ସେହି ସମୟରେ ନିରିଗାଙ୍କ ପୁଅ ସେହିବାଟ ଦେଇ ଗାଧୋଇବାକୁ ଯିବାବେଳେ ରକ୍ତାକ୍ତ ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବାବେଳେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ରୁଞ୍ଜୁଙ୍ଗା ମୋ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ବୋଲି କହିଛନ୍ତି ନିରିଗାଙ୍କ ପୁଅ ଲକ୍ଷ୍ମୀଧର। ସେପଟେ ଘଟଣା ସମ୍ପର୍କରେ ଖବରପାଇ ତୁମୁଡ଼ିବନ୍ଧ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।