Odiapua.com

ଗୁଡି ସୂତାରେ ବେକ କଟି ଯୁବକର ଶୋଚନୀୟ ମୃତ୍ୟୁ

କଟକ : ୨୬/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ଜଗତପୁର ଥାନା ପୀରବଜାର ଅଞ୍ଚଳରେ ଗୁଡ଼ି ସୂତାରେ ବେକ କଟି ଭୟରପୁର ଅଞ୍ଚଳର ଯୁବକ ଜୟନ୍ତ ସାମଲଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ସ୍ବାମୀ ଓ ସ୍ତ୍ରୀ ବାଇକ୍ ରେ ଯାଉଥିବା ସମୟରେ ହଠାତ୍ ଏକ ଗୁଡ଼ିର ସୂତା ବେକରେ ଲାଗିଯିବାରୁ ଯୁବକ ପଡ଼ିଯାଇଥିଲେ। ଏହି ସମୟରେବେକ କଟିବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିବା ବେଳେ, ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ କୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ପରେ ଏହି ଘଟଣା ସମ୍ପର୍କରେ ଯୁବକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଯାଇ ଘଟଣା ସ୍ଥଳରେ ଚ୍ଛାନ୍ ଭିନ ଆରମ୍ଭ କରିଛି। ଏଥି ନେଇ ସ୍ଥାନୀୟ ଅଞ୍ଚଳରେ ଗୁଡ଼ି ଉଡାଇବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।