ଗାନ୍ଧୀନଗର ୧-୫ (ଓଡ଼ିଆ ପୁଅ) : ଗୁଜରାଟର ଭରୁଚ ସ୍ଥିତ ପଟେଲ ୱେଲଫେୟାର କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବରରୁ ପ୍ରକାଶ। ହସ୍ପିଟାଲର ଅନ୍ୟ ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଅଧିକ ତଦନ୍ତ ଚାଲିଛି।