Odiapua.com

ଗୁଗୁଲକୁ ଜରିମାନା

ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଟେକ୍ନୋଲୋଜିର ଗନ୍ତାଘର ଗୁଗଲ ଉପରେ ୧୪୨୦ କୋଟି ଟଙ୍କାର ଜୋରିମାନା ଲଗାଯାଇଛି । ‘ୟୁଟ୍ୟୁବରେ ଚିଲଡ୍ରେନ ପ୍ରାଇଭେସି ଲ’ ର ଉଲଂଘନ କାରଣରୁ ଗୁଗଲ ଉପରେ ଏହି ଜୋରିମାନା ଲଗାଯାଇଛି ତେଣୁ ସେଟେଲମେଣ୍ଟ ପାଇଁ ବର୍ତ୍ତମାନ ଗୁଗଲକୁ ୧୪୨୦ କୋଟି ଟଙ୍କା ଭରିବାକୁ ପଡିବ। ସୂଚନା ଅନୁଯାୟୀ ବିଜ୍ଞାପନ ପାଇଁ ଡାଟା ଏକତ୍ରିତ କରିବା ସମୟରେ ୟୁଟ୍ୟୁବ ‘ଚିଲଡ୍ରେନ ପ୍ରାଇଭେସି ଲ’ ଉଲ୍ଲଙ୍ଘନ କରିଥିଲା।

ଆମେରିକା ଫେଡେରାଲ ଟ୍ରେଡ଼ କମିଶନ ଗୁଗଲ ଉପରେ ଏହି ଜୋରିମାନା ଲଗାଇଛି । ଏହାପରେ ବର୍ତ୍ତମାନ ଏହି ମାମଲା ନ୍ୟାୟ ବିଭାଗ ପାଖକୁ ଯିବ ଏବଂ ଯଦି ସେଠାରୁ ସ୍ୱୀକୃତି ମିଳିଯାଉଛି ତାହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଚିଲଡ୍ରେନ ପ୍ରାଇଭେସି ଉଲ୍ଲଙ୍ଘନ ସହ ଜଡିତ ଏହା ସବୁଠାରୁ ବଡ଼ ସେଟେଲମେଣ୍ଟ କେସ ହେବ।