Odiapua.com

ଗୁଆହାଟି-ବିକାନିର ଏକ୍ସପ୍ରେସ ଧାରଣାଚ୍ୟୁତ – ଅନେକ ଆହତ

ନୂଆ ଦିଲ୍ଲୀ ୧୩-୧ (ଓଡ଼ିଆ ପୁଅ) ଜଳପାଇଗୁଡ଼ିର ଡୋମୋହାନିରେ ଟ୍ରେନ୍ ଧାରଣାଚ୍ୟୁତ। ଗୁଆହାଟି ଯାଉଥିବା ବିକାନିର୍ ଏକ୍ସପ୍ରେସ ଟ୍ରେନ (୧୫୬୩୩ (ଅପ୍))ର ୧୨ ଟି ବଗି ସନ୍ଧ୍ୟା ପ୍ରାୟ ୫ ଟାରେ ଧାରଣାଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି।

ରେଳବାଇ ଏକ ବିବୃତ୍ତି ଜାରି କରି କହିଛି ଯେ ସନ୍ଧ୍ୟା ପ୍ରାୟ ୫ ଟାରେ ୧୫୬୩୩ ଟ୍ରେନ୍ ଧାରଣାଚ୍ୟୁତ ହୋଇଛି। ୧୨ ଟି କୋଚ୍ ଧାରଣାଚ୍ୟୁତ ହୋଇଛି। DRM ଏବଂ ADRM ସେହି ସ୍ଥାନକୁ ଯାଇଛନ୍ତି। ମେଡିକାଲ ଭ୍ୟାନ ମଧ୍ୟ ପଠାଯାଇଛି।

ଆସିଥିବା ଫଟୋଗୁଡ଼ିକରୁ ଜଣାପଡ଼ୁଛିଯେ, ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଯାତ୍ରୀମାନେ କହିଛନ୍ତି ଯେ ଟ୍ରେନ ଅଚାନକ ଝଟକା ମାରିବା ପରେ ଟ୍ରେନର ବଗିଗୁଡିକ ଜାରଣାଚ୍ୟୁତ ହୋଇଥିଲା। ଜଣେ ଯାତ୍ରୀ କହିଛନ୍ତି, “ହଠାତ୍ ଏକ ଆବାଜ ହେଲା ଏବଂ ଟ୍ରେନର ବଗି ଓଲଟି ପଡିଲା। ଟ୍ରେନର ୨-୪ କୋଚ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।” ଅଧିକା ଖବରକୁ ଅପେକ୍ଷା କରାଯାଇଛି।