Odiapua.com

ଗୁଆମାଳ ଓଡ଼ିଶା ବ୍ରିଗେଡ଼ (ସୈନିକ)ସ୍କୁଲର ପଚିଶ ବର୍ଷ ପୂର୍ତ ଉତ୍ସବ, ଗଛଟିଏ ପରି ସୂର୍ଯ୍ୟକୁ ଛୁଇଁବା ପ୍ରଚେଷ୍ଟା ଜୀବନର ଲକ୍ଷ୍ୟସ୍ଥଳରେ ପହେଂଚଇବ

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଗୁଆମାଳ ପଂଚାୟତ ଅଧୀନ ଗଣ୍ଡପଡ଼ାସ୍ଥିତ ଓଡ଼ିଶା ବ୍ରିଗେଡ଼ (ସୈନିକ)ସ୍କୁଲର ୨୫ବର୍ଷ ପୂର୍ତି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି ଆଡମ୍ବର ପୂର୍ଣ ଉତ୍ସବକୁ ମୁଖ୍ୟଅତିଥି ଭାବେ ଜିଲାପାଳ ଦିଲୀପ ରାଉତରାଏ ଯୋଗଦେଇ ଉଦଘାଟନ କରିକହିଥିଲେ ଯେ, ପିଲାମାନେ ଶୃଙ୍ଖଳିତ ସାହସୀ,ସମୟାନୁ ବର୍ତିତା, କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେଲେ ପିଲାମାନେ ଜୀବନରେ ବଡ଼ମଣିଷ ହୋଇପାରିବେ ବୋଲି କହିଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ରତିକାନ୍ତ ତ୍ରିପାଠୀଙ୍କ ପୌରହିତ୍ୟ ଓ ସ୍କୁଲ ଅଧ୍ୟକ୍ଷା ଇତିଶ୍ରୀ ସାମଲଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ଜିଲାପାଳ ଶ୍ରୀ ରାଉତରାଏ ଯୋଗଦେଇ ସ୍କୁଲକୁ ଭଲ ପାଉଥିବା ଛାତ୍ରୀଛାତ୍ରଙ୍କ ଚଲାପଥ ସୁଗମ ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଯୋଗଦେଇ ଗଛଟିଏ ପରି ସୂର୍ଯ୍ୟଙ୍କୁ ଛୁଇଁବାର ପ୍ରଚେଷ୍ଟା ପିଲାମାନଙ୍କୁ ଉଚ୍ଚାଭିଳାସୀକରି ଲକ୍ଷ୍ୟସ୍ଥଳରେ ପହେଂଚଇବ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ରେଳ ସୁରକ୍ଷା ବାହିନୀର ଅବସରପ୍ରାପ୍ତ ଅତିରିକ୍ତ ମହା ନିର୍ଦ୍ଦେଶକ ଶରତ ଚନ୍ଦ୍ର ପାଢ଼ୀ, ଅନ୍ୟତମ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଯୋଗଦେଇ ପିଲାମାନେ ବଡ଼ ମଣିଷ ସହିତ ଭଲ ମଣିଷ ହେବା ଆବଶ୍ୟକ ବୋଲି କହିଥିବାବେଳେ କଠିନ ପରିଶ୍ରମକରି ସ୍କୁଲକୁ ୨୫ବର୍ଷରେ ପହେଂଚଇ ପିଲାମାନଙ୍କୁ ଶିକ୍ଷା ଦାନକରିଥିବାରୁ ଅଧ୍ୟକ୍ଷା ସମାଲଙ୍କୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ଶିବ ପ୍ରସାଦ ମିଶ୍ର, ଶିକ୍ଷାବିତ ସନାତନ ଜେନା, ଭରତ ଚନ୍ଦ୍ର ସାହୁ, ଜୟନ୍ତ କୁମାର ସାମଲ, ସ୍ୱର୍ଣ୍ଣଲତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସଂଯୁକ୍ତା ଖଟୁଆ, ସୁବର୍ଣ୍ଣା ସାହୁ, ପଦ୍ମିନୀ ସାହୁ, ଭାସ୍କର ଚନ୍ଦ୍ର ତ୍ରିପାଠୀ, ଓ଼ମପ୍ରକାଶ ସାହୁ, ଦିପ୍ତିମୟୀ ବେହେରା, ମହେଶ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାଛଡ଼ା ମେଧାବୀ ଛାତ୍ରଙ୍କ ସମେତ ସ୍କୁଲର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ସୁସ୍ମିତା ମିଶ୍ର, ଅଞ୍ଜଳି ସ୍ୱାଇଁ, ଶୁଭଦା ଦାସ, ସସ୍ମିତା ଶତପଥୀ, କସ୍ତୁରିକା ବସନ୍ତରାୟ, ରାଜଶ୍ରୀ ମହାନ୍ତି, ଅଭୟ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ପ୍ରଧାନ, ସୀମାରାଣୀ ପଣ୍ଡା ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ସ୍କୁଲର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।