Odiapua.com

ଗୁଆଁଶୋଳରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ସ୍ମୃତି ଚାରଣ ସଭା

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ଜୟନ୍ତ ବେହୁରାଙ୍କ ପ୍ରତିମୂର୍ତି ଉନ୍ମୋଚନ ଏବଂ ତାଙ୍କ ସ୍ମୃତିରେ ଏକ ସ୍ମୃତି ଚାରଣ ସଭା ଗୁଆଁଶୋଳ ଠାରେ ଅନୁଷ୍ଠିତ ହୋଇଯାଇଛି ।ଚାନ୍ଦବାଲି ବିଧାୟକ ଡ,ବ୍ୟୋମକେଶ ରାୟ ଉପସ୍ଥିତ ରହି ପ୍ରତିମୂର୍ତି ଉନ୍ମୋଚିତ କରିଥିବା ବେଳେ ଚାନ୍ଦବାଲି ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ଜୟନ୍ତ ବେହୁରା କିପରି ଅଂଚଳର ବହୁ ଜନହିତକର କାର୍ଯ୍ୟ କରିବା ସହ ଅଂଚଳର ଜଣେ ଜଣାଶୁଣା ସମାଜସେବୀ ଭାବେ ପରିଲକ୍ଷିତ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ହୋଇଥିବା ସାଧାରଣ ସଭାରେ କରଞ୍ଜମାଳ ପଂଚାୟତର ପୂର୍ବତନ ସରପଂଚ କେଶବ ନାୟକ ସଭାପତିତ୍ୱ କରିଥିବା ବେଳେ ସମାଜସେବୀ ନରହରି ମଲିକ ଉପସ୍ଥିତ ବ୍ୟକ୍ତି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆଜିର ଏହି ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଏବଂ ଜନ ମାନସରେ ଜୟନ୍ତ ବେହୁରା କିପରି ଅଂଚଳର ସେବା କରିବା ପାଇଁ ତତପର ହେବା ସହ ସମସ୍ତ ସାମଜିକ କାର୍ଯ୍ୟରେ ତା୍‌କର ଉପସ୍ଥିତ ଏକାନ୍ତ କାମ୍ୟ ଥିଲା ସେ ବିଷୟରେ ଆଲୋକପାତ କରିଥିଲେ ।

ଆଜିର ଏହି ସ୍ମୃତି ଚାରଣ ସଭାରେ ୨ନଂ ଜୋନର ଜିଲ୍ଲା ପରିଷଦ ରଞନ ସାହୁ,ପ୍ରିନ୍ସ ରାକେଶ ନାୟକ,ବଳଭଦ୍ର ଲେଙ୍କା, କରଞମାଳ ପଂଚାୟତର ସରପଂଚ ନିବେଦିତା ନାୟକ, ସମିତିସଭ୍ୟା ତଥା ସ୍ୱର୍ଗତ ଉପାଧ୍ୟକ୍ଷା ଙ୍କ ପତ୍ନୀ ସ୍ୱର୍ଣପ୍ରଭା ବେହୁରା,ପୂର୍ବତନ ସରପଂଚ ରମେଶ ନାୟକ, କେଶବ ଚନ୍ଦ୍ର ନାୟକ, ନରହରି ମଲିକ,ଚାନ୍ଦବାଲି କଂଗ୍ରେସର ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ,ଦୀପକ ଦାସ ପୂର୍ବତନ ସରପଂଚ ଅରୁଣ ମହାନ୍ତି, ପଂଚୁଟିକ୍ରି ପଂଚାୟତର ପୂର୍ବତନ ସରପଂଚ ଅନିଲ ନାୟକ, ଅଶୋକ ଜାନା, ଝଡୁ ମଣ୍ଡଳ,ଅତୁଲ ଜାନା, ନେପାଳୀ ନାୟକ,ବାସୁଦେବପୁର ବିଜେପି ନେତା ପୁପୁନ ମଲିକ,ଦୋସିଙ୍ଗା ପଂଚାୟତର ମୁଜିବୁର ଅଲ୍ଲି ଖାଁ,ଙ୍କ ସମେତ ଧାମରା,ଜାଗୁଳ. କଇଥଖୋଲା, କରଞମାଳ, କରଣପଲ୍ଲୀ,ପଂଚୁଟିକ୍ରି,ବାଂଶଡା ଏବଂ ଜାଗୁଳା ପଂଚାୟତର ବହୁ ସାମଜିକ କର୍ମୀ ଏବଂ ସମସ୍ତ ଦଳର ନେତୃବୃନ୍ଦ ଏହି ସମ୍‌ୃତି ଚାରଣ ସଭାରେ ଉପସ୍ଥିତ ଥିଲେ ।