Odiapua.com

ଗୀତିକାରଙ୍କ ପିତୃ ବିୟୋଗ

ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ଗୀତିକାର ଜୟନ୍ତ କୁମାର ଦାସଙ୍କ ପିତା ସଦାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପିଡିତ ଥିବାବେଳେ ତାଙ୍କର ଗତକାଲି ରାତିରେ ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ନିର୍ମଳା ଦାସ, ସାନଭାଇ ରବିନ୍ଦ୍ର ଦାସ, ଭାଇବୋହୁ ବିଦ୍ୟୁତପ୍ରଭା ଦାସ, ମନ୍ଦାକିନୀ ଦାସ, ଶୁଭସ୍ମିତା ଦାସ, ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପୁର୍ବାହ୍ନରେ ତାଙ୍କ ମରଶରୀରକୁ ନିଜଗ୍ରାମ ହାଟଡିହି ବ୍ଲକ ହାବଳେଶ୍ୱରକୁ ଅଣାଯିବାପରେ ସମସ୍ତ ଗ୍ରାମବାସୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ ନଦୀକୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କର ଏକମାତ୍ର ପୁଅ ଗୀତିକାର ଜୟନ୍ତ କୁମାର ଦାସ ମୁଖାଗ୍ନି ଦେଇଥିଲେ । ଶ୍ରୀ ଦାସ ଜଣେ ପାଲାଗାୟକ ଭାବେ ପରିଚିତ ଥିବାବେଳେ ସେ କଲିକତାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରି ଅବସର ନେଇଥିଳେ । ସେ ଜଣେ ପରୋପକାରୀ ଆଉ ନମ୍ର ଏବଂ ଭଦ୍ରବ୍ୟକ୍ତି ଭାବରେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ସମଗ୍ର ହାବଳେଶ୍ୱର ପଞ୍ଚାତରେ ଶୋକର ଛାୟା ଖେଳିଯାଇଛି ।