Odiapua.com

ଗୀତା ମାହାତ୍ମ୍ୟ ପ୍ରବଚନର ସପ୍ତମ ଅଧିବେଶନ ଅନୁଷ୍ଠିତ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗରଦପୁରରେ ଗୀତା ମାହାତ୍ମ୍ୟ ପ୍ରବଚନର ସପ୍ତମ ଅଧିବେଶନ ଅଧିବକ୍ତା ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ବେଦପାଠ, ସ୍ନିଗ୍ଧାରାଣୀ ମହାନ୍ତିଙ୍କ ଭଜନ ପରିବେଷଣ ପରେ ଶିକ୍ଷୟତ୍ରୀ ମନୋରମା ଆଚାର୍ଯ୍ୟ ଅତିଥିମାନଙ୍କୁୁ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା “ଅମୃତ ଦର୍ଶନ”ର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଶ୍ରୀମଦ୍ ଭଗବତ୍ ଗୀତା ପଠନରେ କିପରି ଚିତ ଶୁଦ୍ଧି ଓ ଶରୀର ଶୁଦ୍ଧି ହୁଏ ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ତତ୍ ସଙ୍ଗେ ସଙ୍ଗେ ଭଗବାନ ଜଗନ୍ନାଥଙ୍କ ମହିମା କିପରି ସର୍ବଜନବିଦିତ ତାହା ପ୍ରତିପାଦନ କରିଥିଲେ । ମୁଖ୍ୟ ଅତିଥି ପୁରୁଣା ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ମହନ୍ତ ବର୍ତମାନର ଛାତ୍ର ସମାଜ ଗୀତାପଠନରେ ବ୍ରତୀ ହେଲେ ସମାଜକୁ ଅଧଃପତନରୁ ବଂଚାଯାଇପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ଡ଼ାକ୍ତର କିରଣ ଚନ୍ଦ୍ର ଗୁଇଁ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ଗବେଷକ ଶିଶିର ମହାପାତ୍ର, ରାମ ପ୍ରସାଦ ମହାନ୍ତି, କୈଳାସ ଚନ୍ଦ୍ର ବାରିକ, ଶିକ୍ଷକ ଅଶୋକ ସାହୁ, ରାମ ଚନ୍ଦ୍ର କର, ପ୍ରଫୁଲ୍ଲ ଦାସ, ସନ୍ତୋଷ ମହାପାତ୍ର (ଖ), ଅନିଲ ନାୟକ, କବି କୈଳାସ ଚନ୍ଦ୍ର ଦାସ, ମଧୁସୂଦନ ତ୍ରପାଠୀ, ନିରଞ୍ଜନ ସିଂହ, ସନ୍ତୋଷ ମହାପାତ୍ର (ଗ), ବୈରାଗୀ ବେହେରା, ସୁକୁମାରୀ ଦାସ, ପ୍ରଶାନ୍ତ ମହାନ୍ତି, ରଞ୍ଜନ ମହାନ୍ତି, ବିଶ୍ୱଶୁଭମ ମହାନ୍ତି, ଅମୂଲ୍ୟ ପାଢ଼ୀ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରାଇଥିଲେ । ଶେଷରେ ଗାନ୍ଧୀ ବାଳାଶ୍ରମର ଅଧୀକ୍ଷକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।