Odiapua.com

ଗିରିଗୋବର୍ଦ୍ଧନ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଚାରିଗାଁ ଗୌଡ଼ିୟ ତନ୍ତୁବାୟ ସମ୍ପ୍ରଦାୟ ପକ୍ଷରୁ ଆଜକୁ ୫୦ବର୍ଷ ଧରି ପାଳିତ ହୋଇ ଆସୁଥିବା ଗିରିଗୋବର୍ଦ୍ଧନ ପୂଜା ସୋମବାର ରାତ୍ରରେ ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ଉଦ୍‌ଯାପନୀ ସଭାକୁ ଗିରିଗୋବର୍ଦ୍ଧନ ପୂଜା କମିଟିର ସଭାପତି ରଥ ବେହେରା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ହେମନ୍ତ ସିଂହ, ମୁଖ୍ୟ ବକ୍ତା ପ୍ରଦ୍ୟୁମ୍ନ ପୁହାଣ, ସମ୍ମାନିତ ଅତିଥି ଶିକ୍ଷକ ଉପେନ୍ଦ୍ର ପ୍ରସାଦ ବିଶ୍ୱାଳ, ସମାଜସେବୀ ବିଶ୍ୱରଞ୍ଜନ ପଣ୍ଡା, ସାମ୍ବାଦିକା ଲିପିକା ରାଉତ, ବରିଷ୍ଟ ନାଗରିକ ଗୋଲକ ପୃଷ୍ଟି, ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଏହି ସମ୍ପ୍ରଦାୟର କୌଳିକ ପୂଜାକୁ ଦୀର୍ଘବର୍ଷ ଧରି ବଜାୟ ରଖି ପୁରାଣ ପ୍ରସିଦ୍ଧ କୃଷ୍ଣଲୀଳାକୁ ଲୋକମାନଙ୍କ ମଧ୍ୟରେ ଉଦ୍‌ଜୀବିତ କରି ରଖିପାରିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ କ୍ଷୀରାବ୍ଦୀ ତନୟା ପଣ୍ଡା, ଅନୀଷା ଚକ୍ରବର୍ତ୍ତୀ, ନୃତ୍ୟ ଶିଳ୍ପୀ ରଶ୍ୱିତା ସାହୁ, ସାଇକ୍ରିଷ୍ଣା ସିଂହ, ବର୍ଷାରାଣୀ ମଲ୍ଲିକ, ପୂର୍ଣ୍ଣୀମା ପୃଷ୍ଟି, ତିଳୋତ୍ତମା ସାହୁ, ଚିତ୍ତରଞ୍ଜନ ଦାସ ପ୍ରମୁଖଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଆୟୋଜିତ ୪ ଗୋଟି ଭଜନ ମଣ୍ଡଳୀର ରଞ୍ଜିତା ତ୍ରିପାଠୀ,ଦିପ୍ତିମୟୀ ମଣ୍ଡଳ, କମଳ କୁମାର ମହାନ୍ତି, ଚନ୍ଦନ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଜୟ କୁମାର ବେହେରା, ରାଜେଶ କୁମାର ବେହେରା, କୃପାସିନ୍ଧୁ ବେହେରା, ମାନଗୋବିନ୍ଦ ବେହେରା, ମଦନ ବେହେରା, ଅଭିମନ୍ୟୁ ବେହେରା, ହରେକୃଷ୍ଣ ବେହେରା, ଉମାକାନ୍ତ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଚାର କଳାକାରମାନଙ୍କ ପକ୍ଷରୁ ବିଳମ୍ବିତ ରାତ୍ର ଯାଏ ନୃତ୍ୟ ସଙ୍ଗୀତ ଭିତ୍ତିକ ରାଙ୍ଗରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।