Odiapua.com

ଗିରଫ ହେଲା ପର୍ସ ଛଡ଼ାଇ ନେଇଥିବା ଲୁଟେରା

ନୂଆଦିଲ୍ଲୀ, ୧୩/୧୦, (ଓଡ଼ିଆ ପୁଅ ପି ନାଏକ): ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରି ଦମୟନ୍ତି ବେନ୍ ମୋଦିଙ୍କ ପର୍ସ ଝାମ୍ପି ନେଇଥିବା ଦୁବୃର୍ତ୍ତ ଗିରଫ ହୋଇଛନ୍ତି। ଦିଲ୍ଲୀ ପୋଲିସ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଏହାସହ ମୋଦିଙ୍କ ଝିଆରୀ ଙ୍କ ସମସ୍ତ ଜରୁରୀ କାଗଜ ପତ୍ର ମଧ୍ୟ ମିଳିଛି। ଏନେଇ ଅଧିକ ତଦନ୍ତ କରୁଛି ପୋଲିସ।

ନା ଯୋଗ୍ୟଯେ, ଗତକାଲି ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ ବେନ୍ ମୋଦିଙ୍କ ନିକଟରୁ ୫୬ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ଲୁଟେରା ଲୁଟ କରିଥିଲେ। ମୋଦିଙ୍କ ଝିଆରୀ ଦମୟନ୍ତୀ ବେନ୍ ମୋଦି ଦିଲ୍ଳୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ପୁଲିସ୍ ଷ୍ଟେସନରେ ଅଭିଯୋଗ ଲେଖାଇଥିଲେ। ରିପୋର୍ଟରେ ଉଲ୍ଲେଖ କରି ଦମୟନ୍ତୀ ଲେଖିଥିଲେ, ଯେ ତାଙ୍କ ପର୍ସରେ ୫୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଥିଲା। ଏହାବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ମଧ୍ୟ ସେହି ପର୍ସରେ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇଙ୍କର ଝିଅ ହେଉଛନ୍ତି ଦମୟନ୍ତୀ ବେନ୍ ମୋଦି। ସେ ଗତକାଲି ସକାଳେ ଅମୃତତସରରୁ ଦିଲ୍ଲୀ ଫେରିବା ପରେ ଗୁଜୁରାଟୀ ସମାଜ ଭବନ ସାମ୍ନାରେ ଏକ ରୁମ୍ ବୁକ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଝିଆରୀ ଦମୟନ୍ତୀ ବେନ୍ ମୋଦି। ଆଉ ସେହି ରୁମ୍ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଏକ ଲୁଟେରା ବାଇକରେ ଆସି ତାଙ୍କ ହାତରୁ ପର୍ସ ଝାମ୍ପିନେଇ ଯାଇଥିଲା।