Odiapua.com

ଗାଡ଼ି ରିକୋଭରି ଏଜେଂଟ ନାଁ ନେଇ ଡକାୟତି କରୁଥିବା ଗ୍ୟାଙ୍ଗ ଧରାପଡ଼ିଲା

ନୟାଗଡ଼, ୩୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଗାଡ଼ି ରିକୋଭରି ଏଜେଂଟର ପରିଚୟ ଦେଇ ନୟାଗଡ଼ରେ ଦୀର୍ଘଦିନ ହେଲା ଡକାୟତି କରୁଥିବା ଏକ ପୁରୁଣା ଅପରାଧି ଗ୍ୟଙ୍ଗ୍‌କୁ ପୁଲିସ ଧରିଛି। ଏହି ଅପରାଧି ଗ୍ୟାଙ୍ଗରେ ୫ ଜଣ ଥିବା ନୟାଗଡ଼ ଏମ୍‌ଆଇ କଲୋନୀର ସନ୍ତୋଷ ଦଳେଇ, ସହଦେବ ଦଳେଇ, ଓଡ଼ଗାଁ ଥାନା ବାହାଡ଼ାଝୋଲାର ସନ୍ତୋଷ ସାହୁ, ଇଟାମାଟି ଟାଙ୍ଗିସାହିର ମନୋଜ ସାହୁ ଓ ସିନ୍ଦୁରିଆର ମୋହିଦ୍ ସାହିଦ୍। ସୂଚନାମତେ କନ୍ଧମାଳ ଜିଲ୍ଲା ସଦରଥାନା ସୁଦୁରୁକୁମ୍ପା ଗ୍ରାମର ନିରଂଜନ ବେହେରା, ବିଷ୍ଣୁ ବେହେରା, ସରଫରାଜ୍ ଅଲ୍‌ି ଖାଁ ଏକ ସ୍କୁଟି ଯୋଗେ କଟକ ଯାଉଥିବାବେଳେ ୬ଜଣ ବ୍ୟକ୍ତି ନୟାଗଡ଼ ନୂଆବସଷ୍ଟାଣ୍ଡ ଠାରେ ସେମାନଙ୍କୁ ଅଟକାଇ ଗାଡ଼ି ରିକୋଭରି ଏଜେଂଟ ପରିଚୟ ଦେଇ ସେମାନଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ନିର୍ଦ୍ଧୁମ ପିଟିବା ସହ ତାଙ୍କ ଠାରୁ ଏଟିଏମ୍ କାର୍ଡ଼ ନେଇ ସେଥିରେ ଥିବା ୫ହଜାର ଟଙ୍କା ଉଠାଣ କରିଥିଲେ। ଏପରିକି କନ୍ଧମାଳରୁ ଆସୁଥିବା ୩ଜଣଙ୍କ ସ୍କୁଟିକୁ ନେଇ ଚାଲିଯାଇଥିଲେ। ପରେ ନିରଂଜନ ଏନେଇ ପୁଲିସରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ନୟାଗଡ଼ ପୁଲିସ ୫ଜଣଙ୍କୁ ଧରି ସେମାନଙ୍କଠାରୁ ୫ଟି ବାଇକ୍‌, ୩ଟି ମୋବାଇଲ୍ ଜବତ କରିଛି।